୯ ଦଫା ଦାବି ନେଇ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଠିକା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ

Spread the love

ଗଞ୍ଜାମ – ଗଞ୍ଜାମ ଜିଲ୍ଲା କୋଦଳା ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିକୁ ନେଇ ଠିକା ବିଦ୍ୟୁତ କର୍ମଚାରୀ ମାନେ ଆଜି କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ବିଦ୍ୟୁତ ବିଭାଗରେ କାମ କରି ଆସୁଥିଲେ ସୁଦ୍ଧା ଏଯାଏଁ ସ୍ଥାୟୀ ନିଯୁକ୍ତି ଦିଆଯାଇନଥିବାରୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସରକାରଙ୍କ ପାଖରେ ବହୁବାର ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ବାହାରିପାରି ନାହିଁ । ବିଦ୍ୟୁତ ବିଭାଗରେ ଖାଲିପଡିଥିବା ପଦବିଗୁଡିକ ଯୋଗ୍ୟତା ଭିତିରେ ପୂରଣ କରିବା, ଠିକା କର୍ମଚାରୀଙ୍କୁ ନିୟମିତ କରିବା ସହିତ ମାସିକ ବେତନ ବୃଦ୍ଧି କରିବା, ୨୦୨୨ ମସିହାରେ ବ୍ରହ୍ମପୁର ଟାଟା କର୍ପୋରେଟର କାର୍ଯ୍ୟାଳୟ ସମ୍ମୁଖରେ ଚାକିରୀ ନିୟମିତ ପାଇଁ ଦୀର୍ଘ ୩୧୮ ଦିନ ଧାରଣାରେ ବସିଥିବା ବେଳେ ଟାଟା କର୍ତୁପକ୍ଷ ସମାଧାନର ବାଟ ବାହାର କରିଥିଲେ । ପରବର୍ତୀ ସମୟରେ ଏନେଇ ନିଯୁକ୍ତି ପାଇଁ ପରୀକ୍ଷା ମଧ୍ୟ ହୋଇଥିଲା, କିନ୍ତୁ ଦୀର୍ଘ ୯୦ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ ପରୀକ୍ଷା ଫଳ ପ୍ରକାଶ କରାଗଲା ନାହିଁ । ଏହିଭଳି ୯ ଦଫା ଦାବି ନେଇ ଆଜିଠୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରୁଛନ୍ତି ଆଉଟସୋର୍ସିଂ ଓ ନିୟମିତ କର୍ମଚାରୀ । ଯଦି ୧୫ ତାରିଖ ଭିତରେ ଏହାର ସମାଧାନ କରା ନଯାଏ ସେକ୍ସନ ଅଫିସ୍ ଠାରୁ ଆରମ୍ଭ କରି ଓପିଇସିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *