ପୁଣି ରଥରେ ଚଢିଲେ ୨ ଅନଧିକୃତ ସେବାୟତ ; ଅଣସେବକଙ୍କୁ ବାହର କଲେ ଅରବିନ୍ଦ

ପୁଣି ରଥରେ ଚଢିଲେ ଅଣସେବାୟତ । ଦେବୀ ସୁଭଦ୍ରାଙ୍କ ରଥରେ ଦୁଇ ଅଣ ସେବାୟତ ଚଢିଲେ । ସେବାୟତ ବେଶରେ ଦୁଇ ଜଣ ବ୍ୟକ୍ତି ଚଢିଥିବା ଅଭିଯୋଗ ହୋଇଥିଲା । ପହଣ୍ଡି ପୂର୍ବରୁ ଦୁହେଁ ରଥରେ ଚଢିଥିଲେ । ମାତ୍ର ଦୁହିଁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥରୁ ଓହ୍ଲାଇ ଦେଇଛନ୍ତି । କିଛି ନ ଶୁଣି ହାତ ଧରି ରଥରୁ ଟାଣି ନେଇଛନ୍ତି ଅରବିନ୍ଦ ପାଢୀ ।ତେବେ ନିଜେ ମୁଖ୍ୟ ପ୍ରଶାସକ ସେମାନଙ୍କୁ ଚିହ୍ନଟ କରି ରଥରୁ ଓହ୍ଲାଇବା ସହିତ କର୍ଡନ ବାହାରକୁ ପଠାଇଲେ । ଅନଧିକୃତ ସେବାୟତ ରଥରେ ଚଢିଲେ ତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି ।

ରଥରେ ଅସସେବାୟତ ଚଢିବା ନେଇ ବହୁ ସମୟରେ ବିବାଦ ସୃଷ୍ଟି ହେଉଥିବା ବେଳେ ରଥଯାତ୍ରା ପହଣ୍ଡି ସମୟରେ ବଳଭଦ୍ର ତଳେ ପଡିଯାଇଥିଲେ । ଯାହାକୁ ନେଇ ଚାରିଆଡେ ସମାଲୋଚନା ହୋଇଥିଲା । ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଦାୟିତ୍ୱ ଅରବିନ୍ଦ ପାଢୀ ନେବା ପରେ ନୂଆ ଗାଇଡ ଲାଇନ ଆଣିଥିଲେ । ରଥରେ କୌଣସି ଅଣ ସେବାୟତ ଚଢି ଗହଳି ନକରିବାକୁ କଡା ନିର୍ଦ୍ଦେଶ ଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *