ପ୍ରଥମେ ଅଳିଆ ଆବର୍ଜନା ପକାଇବା ବିଏମସି ବନ୍ଦ କରୁ, ତାପରେ ଆରମ୍ଭ କରୁ ପ୍ରକଳ୍ପ କାର୍ଯ୍ୟ

ଗଡୁଛି ଦିନ ପରେ ଦିନ, ଆଉ ମାସ ପରେ ମାସ। ଭୁଆଶୁଣି ଡ଼ମ୍ପିଙ୍ଗ ୟାର୍ଡ ଠାରେ ଆରମ୍ଭ ହୋଇ ପାରୁନି ବିଏମସିର ୧୧୦କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ। ସ୍ଥାନୀୟ ଲୋକଙ୍କ ଦାବି ପ୍ରଥମେ ଅଳିଆ ଆବର୍ଜନା ପକାଇବା ବିଏମସି ବନ୍ଦ କରୁ ତାପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁ।

ବିଏମସି ପକ୍ଷରୁ ସହରରେ ନିର୍ମାଣ ହେବାକୁ ଥିବା ମୋଟ ୪୧ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ମଧ୍ୟରୁ ୩୧ଟି କାର୍ଯ୍ୟକ୍ଷମ ହୋଇଛି। ଅବଶିଷ୍ଟ ୧୦ଟିର ନିର୍ମାଣ ଖୁବଶୀଘ୍ର ଶେଷ ହେବ। ଏହା ହେଲେ ସମସ୍ୟାର ସମାଧାନ ହୋଇପାରିବ। ପ୍ଲାଣ୍ଟ ସ୍ଥାପନ ପାଇଁ ଜାଗୃତି ସଂସ୍ଥାକୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ବିଳମ୍ୱ ଯୋଗୁଁ ଜାଗୃତିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମସି।

ଭୁବନେଶ୍ୱରରୁ ଦୈନିକ ବାହାରୁଥିବା ବର୍ଜ୍ୟବସ୍ତୁକୁ ନେଇ ଅତିଷ୍ଠ ଦାରୁଠେଙ୍ଗ ପଞ୍ଚାୟତବାସୀ। ସମସ୍ୟା ଏବେକାର ନୁହଁ ବରଂ ଦୀର୍ଘବର୍ଷର। ବିଏମସି ପକ୍ଷରୁ ଭୁଆଶୁଣି ଡ଼ମ୍ପିଙ୍ଗ ୟାର୍ଡରେ ପ୍ରସ୍ତାବିତ ବାୟୋମାଇନିଂ ପ୍ଲାଣ୍ଟକୁ ଅଞ୍ଚଳବାସୀ ବିରୋଧ କରୁନାହାନ୍ତି ବରଂ ସ୍ୱାଗତ କରୁଛନ୍ତି। ତେବେ ବିଏମସି କର୍ତ୍ତୃପକ୍ଷ ନିଜ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇ ଥିବା ଅଭିଯୋଗ ଆଣିଛନ୍ତି ଅଂଚଳବାସୀ। ତେବେ କୌଣସି ପରିସ୍ଥିତିରେ ଏଠାରେ ଅଳିଆ ଆବର୍ଜନା ପକାଇଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି  ଉଭୟ ଦାରୁଠେଙ୍ଗ ସରପଞ୍ଚ ଓ ସ୍ଥାନୀୟ ବିଧାୟକ।

ଭୁଆଶୁଣିରେ ଯେତେଶୀଘ୍ର ବାୟୋ ମାଇନିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ସମ୍ପୃକ୍ତ ଜମିରେ ସେତେ ଶୀଘ୍ର ଗଢି ଉଠିବ ଅତ୍ୟାଧୁନିକ ପାର୍କ। ଯାହା ସ୍ଥାନୀୟ ଲୋକଙ୍କ ପାଇଁ ବିଏମସିର ହେବ ବଡ଼ ଉପହାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *