ଦୁର୍ନୀତି ଓ କାଣ୍ଡ

କେଉଁଠୁ ଆସିଲା ସରକାରୀ ବାବୁଙ୍କ ୯୦ ପ୍ଲଟ? ତାଜୁବ ଭିଜିଲାନ୍ସ !

କୋଟିପତି ପ୍ରାଣୀଧନ ନିରୀକ୍ଷକଙ୍କ ଫିଟିଲା ଗୁମର । ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ସମ୍ପତ୍ତି ଦେଖି କାବା ହୋଇଗଲା ଭିଜିଲାନ୍ସ ଅଧିକାରୀ । ଏଯାବତ୍ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସେହିପରି କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ୍ ରହିଥିବା ବେଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ ଚାଲିଛି । ଗ୍ରୀନ୍ ଆପାର୍ଟମେଂଟରେ ଥିବା ଫ୍ଲାଟ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଅଫିସରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ୫ ଜଣ ଡି.ଏସ.ପିକୁ ନେଇ ଟିମ ଗଠନ କରାଯାଇଥିଲା । ଯେଉଁଥିରେ ୧୦ ଜଣ ଇନସପେକ୍ଟର ଓ କିଛି କର୍ମଚାରୀ ରହିଛନ୍ତି। କଟକ ଭୂବନେଶ୍ୱର ସମେତ ୯ଟି ସ୍ଥାନରେ ଚଡାଉ କରିଥିଲା ଭିଜିଲାନ୍ସ । ଏବେ ବି ତଦନ୍ତ ଜାରୀ ରଖିଛି ଭିଜିଲାନ୍ସ ।

Related Articles

Leave a Reply

Your email address will not be published.

Back to top button