ଛତିଶଗଡ ପୋଲିସକୁ ମିଳିଲା ପୁଣି ବଡ ସଫଳତା। ବିଜାପୁର ଜିଲ୍ଲାରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ଯେଉଁ ମାନଙ୍କ ମଧ୍ୟରେ । ୬ ଜଣ ମାଓବାଦୀ ଅଛନ୍ତି । ପାଞ୍ଚ ଜଣ ମାଓବାଦୀଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିବାବେଳେ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା । ସେହିପରି ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ କରାଯାଇଛି ।ନକ୍ସଲ ବିରୋଧୀ ଅପରେସନ ଜୋରଦାର ଚାଲିଥିବା ଯୋଗୁଁ ଭୟବିତ ହୋଇ ଏମାନେ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟ ପଟେ ସରକାରଙ୍କ ଥଇଥାନ ନୀତି ଯୋଗୁଁ ନକ୍ସଲ ମାନେ ଲାଲ୍ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଉଥିବା ଜଣାପଡିଛି । ଆତ୍ମସମର୍ପିତ ମାଓବାଦୀଙ୍କ ମଧ୍ୟରେ ଡିଭିଜନ ପାର୍ଟି ସଦସ୍ୟ,ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ, ଏବଂ ପ୍ଲାଟୁନ ମେମ୍ବର, ଗାଙ୍ଗାଲୁର ଏରିଆ କମିଟିର ହିରାମଗୁଡ଼ା ଆରପିସି, ପାମେଡ , ଏରିଆ କମିଟି ଆରପିସି ଓ କୋଣ୍ଡାପାଲି ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ପ୍ରଦାନ କରାଯାଇଛି । ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now