ଅଂଶୁଘାତରେ ଜଣକର ମୃତ୍ୟୁ ଅଭିଯୋଗ

Spread the love

ଗଂଜାମ : ଆସିକା ନିକଟସ୍ଥ ଦାସନାପଲ୍ଲୀ ଗ୍ରାମରେ ଅଂଶୁଘାତରେ ବ୍ରହ୍ମା ଗୌଡ (୪୦)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେ ଗ୍ରାମ ନିକଟସ୍ଥ ଚାଷ ଜମିରେ ଗାଇ ଚରାଉଥିବା ବେଳେ ଆଜି ମଧ୍ୟାହ୍ନରେ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ସଂଜ୍ଞାହୀନ ଅବସ୍ଥାରେ ଜମିରେ ଟଳି ପଡିଥିଲେ । ଗ୍ରାମର ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆସିକା ଥାନା ପୁଲିସ ସେଠାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *