ବଦଳିବ ମେକ ଇନ ଓଡିଶା କନକ୍ଲିଭର ନାମ !

Spread the love

ପୁରୁଣା ସରକାରରେ ଥିବା ଅନେକ ଯୋଜନା ବଦଳିବ!ନାଁ ବଦଳିବ!ଆଉ ଏହାର ରୂପରେଖ ବି। ମେକ୍ ଇନ ଓଡ଼ିଶା କନକ୍ଲେଭର ନାଁରେ ବଦଳି ଏଣିକି ଉତ୍କଳ ଇନଭେଷ୍ଟମେଣ୍ଟ ସମିଟ୍ ହେବ। ଏ ନେଇ ଆଜି ଇଙ୍ଗିତ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ସିଆଇଆଇର ପୂର୍ବାଞ୍ଚଳ ପରିଷଦ ବୈଠକରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ଉତ୍କଳ ଇନଭେଷ୍ଟମେଣ୍ଟ ସମିଟ୍ ଜରିଆରେ ପୁଞ୍ଜିନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ନିର୍ବାଚନ ପୂର୍ବରୁ ଏନଏସି, ମ୍ୟୁନିସିପାଲିଟି ମାନ୍ୟତାକୁ ନେଇ ତତ୍କାଳୀନ ନବୀନ ସରକାର ମୁଖ୍ୟ ମୁଦ୍ଦା କରିଥିଲେ। ଅନେକ ଏନଏସିକୁ ମ୍ୟୁନିସିପାଲିଟି ବି ଘୋଷଣା କରିଥିଲେ। କିନ୍ତୁ ଏହି ପ୍ରକ୍ରିୟାର ଖାତା ଖତିଆନ ନାହିଁ ବୋଲି କହିଲେଣି ନଗର ଉନ୍ନୟନ ମନ୍ତ୍ରୀ। ସରକାରୀ ରେକର୍ଡରେ କିଛି ନାହିଁ। କେବଳ ନିର୍ବାଚନୀ ଧୂଆଁବାଣ ଥିଲା ବୋଲି କହିଛନ୍ତି ମନ୍ତ୍ରୀ। ବିଭାଗର ସମୀକ୍ଷା ବେଳେ ଏ କଥା ଧରାପଡ଼ିଥିବାରୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *