ବାଘ ଗୁହାଳ ଭିତରେ ପଶି ଛେଳିମାନଙ୍କୁ ଆକ୍ରମଣ କରିଥିବାରୁ ୪ ଛେଳି ମୃତ୍ୟୁ

Spread the love

ଲାଞ୍ଜିଗଡ ରୋଡ଼ ଠାରେ ବାଘ ଆକ୍ରମଣରେ ୪ଟି ଛେଳି ମୃତ୍ୟୁ | ଛେଳିଗୁହାଳରେ ବାଘ ପଶି ଛେଳିମାନଙ୍କୁ ଆକ୍ରମଣ କରିଛି ଯାହାଦ୍ୱରା ୪ଟି ଛେଳିର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ ଲାଞ୍ଜିଗଡ ରୋଡ଼ରେ ରହୁଥିବା ନିବାସୀ ଅମ୍ବିକା ଭୋଇର ଛେଳି ଗୁହାଳ ଭାଙ୍ଗିଯାଇଥିବାରୁ ଅନ୍ୟ ଲୋକଙ୍କ ଘରେ ଛେଳି ରଖିଥିଲେ, କିନ୍ତୁ ଗତରାତିରେ ବାଘ ଗୁହାଳ ଭିତରେ ପଶି ଛେଳିମାନଙ୍କୁ ଆକ୍ରମଣ କରିଛି ଯାହାଫଳରେ ଘଟଣା ସ୍ଥଳରେ ୪ଟି ଛେଳି ମୃତ୍ୟୁ ହେଇଥିବାବେଳେ ଏହି ଖବର ବନବିଭାଗକୁ ସୂଚନା ଦେବାପରେ ସିକେରକୁଫା ବନ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିଥିବାରୁ ବାଘ ଆକ୍ରମଣର ଶିକାର ହୋଇଛନ୍ତି ଛେଳିମାନେ ବୋଲି କହିଛନ୍ତି ବନବିଭାଗ ଅଧିକାରୀ | ଜଣେ ଗରିବ ଵୃଦ୍ଧା ମହିଳା ଛେଳି ଚାଷ କରି ପେଟପୋଷଣ କରୁଥିବା ବେଳେ ଵୃଦ୍ଧା ମହିଳାକୁ ଅନୁକମ୍ଫ ରାଶି ପ୍ରଦାନ କରାଯାଉଁ ବୋଲି ଗାଁ ଲୋକ କହିଥିବା ବେଳେ ବାଘ ଡରରୁ ଗାଁରେ ଲୋକେ ଆତଙ୍କିତ ହେଇଥିବା ମାହୋଲ ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *