ଷଣ୍ଢକୁଦ ନଦୀରେ ମାଛ ମଡ଼କ, ଭାସୁଛନ୍ତି ଟନ ଟନ ମାଛ !

Spread the love

ପାରାଦୀପ ଷଣ୍ଢକୁଦ ନଦୀରେ ମାଛ ମଡ଼କ l ଭାସୁଛନ୍ତି ବିଭିନ୍ନ ପ୍ରଜାତିର ଟନ ଟନ ମାଛ l ତେବେ ମାଛ ମଡ଼କର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ଦୁର୍ବୁର୍ତ୍ତ ବିଷ ପକାଇ ମାଛ ମାରିଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଘଟଣା ଘଟିଛି ପାରାଦୀପ ତୈଳବିଶୋଧନାଗାର ପାଚେରୀ ପାର୍ଶ୍ଵରେ ରହିଥିବା ଷଣ୍ଢକୁଦ ନଦୀରେ l ଏହି ନଦୀରେ ବିଭିନ୍ନ ପ୍ରଜାତିର ମାଛ ଖଇଙ୍ଗା, ଭେଟି, ବିଭିନ୍ନ ପ୍ରଜାତିର ଚିଙ୍ଗୁଡ଼ି, ଲାଇଲନ ଟୀକା, ବାଲୁଗୁଡ଼ି,ଡେମା, ପଟେଇ, ହରକୁରା ସହିତ ଅନେକ ପ୍ରଜାତିର ଟନ ଟନ ମାଛ ପ୍ରାୟତଃ ଏକ କିଲୋମିଟର ବ୍ୟାପି ନଦୀରେ ଭାସୁଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଗୋଠଡିଆ ଗ୍ରାମର ପ୍ରାୟତଃ ୫୦୦ରୁ ଉର୍ଦ୍ଧ୍ଵ ପରିବାର ପିଢ଼ି ପିଢ଼ି ଧରି ଏହି ନଦୀରେ ମାଛମାରି ନିଜର ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି l ଏହି ନଦୀକୁ ଲିଜ ସୂତ୍ରରେ ସ୍ଥାନୀୟ କାବୁଲପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା l କିନ୍ତୁ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ନଦୀକୁ ଲିଜ ନ ଦେଇ ଗ୍ରାମବାସୀ ମିଳିତ ଭାବରେ ମାଛ ମାରିବା ସହିତ ଲିଜଧାରୀ ବ୍ୟକ୍ତିଙ୍କୁ ମାଛ ମାରିବାକୁ ନିବୃତ୍ତ ରଖିଥିଲେ l ଯାହା ଫଳରେ ଲିଜ ନେଇଥିବା ବ୍ୟକ୍ତି ଜଣକ ପ୍ରତିଶୋଧ ପରାୟଣ ହୋଇ ବିଭିନ୍ନ ସମୟରେ ଧମକ ଚମକ ଦେଉଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l

Leave a Reply

Your email address will not be published. Required fields are marked *