ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ। କୃତିମ ଅଭାବ ତିଆରି କରାଗଲା। ସରକାରକୁ ବଦନାମ କରିବାକୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ। ଏବେ ପୁଣି ରାଜି ହେଲେ ଦେବାକୁ। କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ। ମାର୍କେଟରେ ପରିମାଣ କମିଲେ ଦର ବଢ଼େ। ଏବେ ତ ସ୍ୱାଭାବିକ ଅଛି। ଆହୁରି କମିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଅନ୍ୟପଟେ ଯୋଗାଣ ମନ୍ତ୍ରୀ ଯେଉଁଭଳି ବେଫିକର ମନ୍ତବ୍ୟ ଦେଉଛନ୍ତି ଲୋକଙ୍କୁ କଷ୍ଟ ଲାଗୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା। ଯେଉଁ ମନ୍ତବ୍ୟ ଦେଉଛନ୍ତି ଏଭଳି ମନ୍ତବ୍ୟ ଦିଅନ୍ତୁ ନାଇଁ। ନିଜର ଅପାରଗତକୁ ଲୁଚେଇବା ପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ବୋଲି କହିଛନ୍ତି ବିଜେଡି ବିଧାୟକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now