ମେଂଟ ନେଇ ଆଲୋଚନା ହୋଇନି : ନବୀନ , ନୀତିଶ

Spread the love

ଭୁବନେଶ୍ୱର: – ଆମେ ପୁରୁଣା ବନ୍ଧୁ । ସହକର୍ମୀ ମଧ୍ୟ । ବାଜପାୟୀଙ୍କ କ୍ୟାବିନେଟ୍ ରେ ଆମେ ସହକର୍ମୀ ଥିଲୁ । ରାଜନୈତିକ ମେଂଟ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ  ନବୀନ – ନୀତିଶ ।

ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ଗଣମାଧ୍ୟମକୁ ଏକସଙ୍ଗରେ ପ୍ରତିକ୍ରିୟା ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନୀତିଶ ଓଡିଶା ଆସିଥିବାରୁ ସେ ଖୁସି । ଆମେ ପୁରୁଣା ବନ୍ଧୁ । ବହୁ ବର୍ଷ ତଳେ ଆମେ ସହକର୍ମୀ ଥିଲୁ ।  ବାଜପାୟୀଙ୍କ କ୍ୟାବିନେଟ୍ ରେ ଆମେ ମନ୍ତ୍ରୀ ଥିଲୁ । ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ । ଆଜିର ବୈଠକରେ ମେଂଟ ଆଲୋଚନା ହୋଇନି କହିଲେ ନବୀନ ।

ସେହିପରି ନୀତିଶ କହିଛନ୍ତି ଯେ ଆମ ସମ୍ପର୍କ ଏବର ନୁହେଁ । ପୂର୍ବରୁ ବହୁବାର ଏଠାକୁ ଆସିଛି କରୋନା ଯୋଗୁଁ ଭେଟିବା ସମ୍ଭବ ହୋଇପାରୁନଥିଲା । ବହୁବର୍ଷ ଧରି ବିହାରରୁ ଶ୍ରଦ୍ଧାଳୁ ଆସୁଛନ୍ତି । ବିହାର ଭବନ ନେଇ ଆଗରୁ ଆଲୋଚନା ହୋଇଥିଲା । ଆଜି କେବଳ ନିଷ୍ପତି ହେଲା । କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ।

ସୂଚନାଯୋଗ୍ୟ ଯେ ଆଜି ଦିନ ୧୨ଟାରେ ନୀତିଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ବିଜେ଼ଡି ପକ୍ଷରୁ ରାଜ୍ୟ ସରକାରରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ କରିଥିଲେ । ଏହା ପରେ ସେ ସେଠାରୁ ସିଧା ନବୀନ ନିବାସ ପହଂଚିଥିଲେ । ନବୀନ ନିବାସ ପହଂଚିବା ପରେ ଉଭୟ ନେତା ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *