ରଥକୁ ମୋବାଇଲ ମନା , ବିଶୃଙ୍ଖଳିତ ଆଚରଣ କଲେ ହେବ କାର୍ଯ୍ୟାନୁଷ୍ଠାନ

ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନବନିଯୁକ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ କଡା ଚେତାବନୀ । ବିଶୃଙ୍ଖଳିତ ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ । ଅଣସେବାୟତ ରଥ ଉପରେ ମୋବାଇଲ ନେଉଥିବା ଦେଖିବାକୁ ମିଳୁଛି । ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଘଟଣାର ଯେଭଳି ପୁନାରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆମ ସଂସ୍କୃତିର ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆଣିବେନି । ଏଥିପାଇଁ ସେବକମାନଙ୍କ ସହଯୋଗ କାମନା କରିବା ସହ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା , ଠାକୁରଙ୍କ ପାଖରେ କ୍ଷମା ମାଗୁଛୁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *