ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗ୍ରାମରେ ଅଭାବନୀୟ ଘଟଣା। ସ୍ତ୍ରୀ କୁ ବାଲଟିରେ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁଚନାନୁଯାୟୀ, ଜଳେଶ୍ଵର ଥାନା ବାଣିଦା ଗ୍ରାମର କାଦୁ ମହାନ୍ତି ଓ ସ୍ତ୍ରୀ କଳ୍ପନା ମହାନ୍ତିଙ୍କ ମଧ୍ୟରେ ଘରେଇ କଳହକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ସ୍ୱାମୀ କାଦୁ ମହାନ୍ତି ସ୍ତ୍ରୀ କଳ୍ପନାକୁ ମାଡ ମାରିବା ସହିତ ବାଲଟିରେ ପିଟିପିଟି ମାରିଦେଇଥିଲା। ଘଟଣାସ୍ଥଳରେ ଜଳେଶ୍ଵର ପୋଲିସ ପହଞ୍ଚି ଅଭିଯୁକ୍ତ କାଦୁ ମହାନ୍ତିକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *