ନବୀନଙ୍କୁ ଭେଟି ଫେରିଗଲେ ମମତା

Spread the love

() ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିଯାଇଛନ୍ତି ଗୃହରାଜ୍ୟକୁ। ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ଆଲୋଚନା ସହ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା। ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ଜାଗା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମମତା।

ତିନି ଦିନିଆ ଓଡିଶା ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମମତାଙ୍କୁ ଶ୍ରୀଜିଉଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହା ସହ ମମତାଙ୍କୁ ତିନି ରଥର ରୂପାର ତିନୋଟି ପ୍ରତିକୃତି ଓ ଛେନାପୋଡ଼ ଉପହାର ଦେଲେ ନବୀନ । ହକି ବିଶ୍ବକପ୍ ସମୟରେ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଦେଖାକରିଥିଲେ ବୋଲି ମମତା କହିଥିଲେ । ଏହି ଭେଟଘାଟ ସମୟରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ପୁରୀରେ ଜାଗା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମମତା । ଏଥିସହ ଅଫିସରଙ୍କ ବ୍ୟବହାର ଓ ଆତିଥେୟତାକୁ ମଧ୍ୟ କରିଛନ୍ତି ପ୍ରଶଂସା ।

ସେପଟେ ନବୀନ-ମମତାଙ୍କ ଭେଟଘାଟ କୁ ନେଇ ରାଜନୈତିକ ମହଲରେ ଚର୍ଚା ବେଶ ରହିଥିଲା । ହେଲେ ସାକ୍ଷାତ ପରେ ପୂର୍ଣ୍ଣଚ୍ଛେଦ ପଡିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମମତା ତୃତୀୟ ସାମୁଖ୍ୟ ଗଠନ କରିବେ ବୋଲି ବିଶେଷଜ୍ଞ ମତବାଢୁଥିବା ବେଳେ । ଗଣମାଧ୍ୟମର ଏହି ପ୍ରଶ୍ନରେ ଦିଦି ଉତ୍ତର ରଖିଥିଲେ କହିଲେ ନିର୍ବାଚନକୁ ଆହୁରି ବର୍ଷେ ଅଛି । ଏବେଠାରୁ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ସଂଘୀୟ ବ୍ୟବସ୍ଥା ଓ ଗଣତନ୍ତ୍ରର ସୁରକ୍ଷା ବିଷୟ ଉଠାଇ ପରୋକ୍ଷାରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମମତା ।

 ଜ୍ୟୋତିମଞ୍ଜରୀଙ୍କ  ରିପୋର୍ଟ

Leave a Reply

Your email address will not be published. Required fields are marked *