ସ୍ମାର୍ଟ ସ୍କୁଲ ରୁମ୍ ରେ ଝୁଲୁଛି ତାଲା , ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ସ୍ମାର୍ଟ ସ୍କୁଲ ପାଇଁ ଠିକାଦାର 6 ଲକ୍ଷ ଟଙ୍କା ଖର୍ଚ୍ଚ କରି 45ଲକ୍ଷ ଟଙ୍କା ବିଲ୍ । ଏଭଳି ଦେଖିବାକୁ ମିଳିଛି ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ତ କରସିଙ୍ଗି ଗ୍ରାମର ସରକାରି ଉନ୍ନତି ଉଚ୍ଚ ବିଦ୍ଯାଳୟରେ । ଗୁଣାତ୍ମକ ଶିକ୍ଷ୍ଯାର ବିକାଶପାଇଁ ବିଜେଡି ସରକାର ଙ୍କ ଅମଳରେ 5-ଟି ଅଧିନରେ ରାଜ୍ୟର ବିଭିନ୍ନ ହାଇସ୍କୁଲ୍ କୁ ସ୍ମାର୍ଟ ହାଇସ୍କୁଲ୍ ରେ ରୁପାନ୍ତିକରଣ କରାଗଲା । ତେବେ ଆଳୁ ଖୋଳୁଖୋଳୁ ମହାଦେବ ନ୍ଯାୟରେ ଏବେ ସ୍ମାର୍ଟସ୍କୁଲ୍  ଗୁଡିକର ଅସଲ ଚିତ୍ର ସାଙ୍ଗକୁ ସରକାରି ଅନୁଦାନ ହଡପ ଭଳି ଗୋଟିଏ ପରେ ଗୋଟିଏ ସଙ୍ଗିନ୍ ଅଭିଯୋଗ ସାମ୍ନାକୁ ଆସୁଛି । କେଉଁଠି ପିଲା ଶ୍ରେଣୀ ଗୃହ ଥାଇ ବି ବରଣ୍ଡାରେ ବସୁଛନ୍ତି ତ ଆଉ କେଉଁଠି ଶୌଚାଳୟ କାମରେ ଲାଗୁନଥିବା ସହ କୋଠା କାମ ନିମ୍ନମାନର ହୋଇଥିବା ଜଣାପଡୁଛି । ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ କରସିଙ୍ଗି ସରକାରି ଉନ୍ନତି ଉଚ୍ଚ ବିଦ୍ୟାଳୟ ,ସ୍ମାର୍ଟ ସ୍କୁଲ୍ କୋଠା ନିର୍ମାଣ ପାଇଁ ମାତ୍ର 6 ଲକ୍ଷଟଙ୍କା ଖର୍ଚ୍ଚ କରି ଠିକାଦାର ଜଣକ 45ଲକ୍ଷ ଟଙ୍କାର ବିଲ୍ କରିଥିଲେ । କୌଣସି ଚାପର ପ୍ରଭାବରେ ପ୍ରଭାବିତ ହୋଇ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ 45ଲକ୍ଷ ଟଙ୍କା ଉଠାଇବା ପାଇଁ ବାଧ୍ଯ ହୋଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ସରକାରି ଅନୁଦାନ ହଡପ ଘଟଣା କୁ ନେଇ ବୁଗୁଡା ଗୋଷ୍ଟି ଉନ୍ନୟନ ଅଧିକାରିଙ୍କୁ ପଚାରିବାରେ ସେ ମୌଖିକ ଭାବେ କହିଛନ୍ତି ସ୍କୁଲ୍ ର ସ୍ମାର୍ଟସ୍କୁଲ୍ ନିର୍ମାଣ ସମୟରେ ମୁଁ କାର୍ଯ୍ଯରତ ନଥିଲି । ସେ ଏହି ବିଷୟରେ କିଛି ଜାଣିନଥିବା କହିଛନ୍ତି ।

ଅନ୍ଯପଟେ ବୁଗୁଡା ବ୍ଳକ ଏଇ ମ୍ୟାଡାମ କହିଛନ୍ତି କି ସେମିତି କିଛି ହଡପ ହୋଇନାହିଁ । ଆସିଥିବା ସରକାରି ଅର୍ଥ 45ଲକ୍ଷ ଟଙ୍କା ସ୍ମାର୍ଟସ୍କୁଲ୍ ନିର୍ମାଣ କାର୍ଯ୍ଯରେ ଲଗାଯାଇଛି । ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ସ୍କୁଲରେ ପହଞ୍ଚିଥିବାବେଳେ ପିଲାମାନେ ବାରଣ୍ତାରେ ବସି ପାଠପଢୁଥିବା ଦେଖିବାକୁ ପାଇଥିଲେ । ଏବଂ ନୁତନ ରୁମ୍ ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *