ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୦ ଟ୍ରେନ୍ ବାତିଲ

Spread the love

ଭୁବନେଶ୍ୱର : ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ସେବା ସାମୟିକ ଭାବେ ପ୍ରଭାବିତ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର କଟକ-ଢେଙ୍କାନାଳ ରେଳ ସେକ୍ସନ ଅନ୍ତର୍ଗତ ରାଜ ଆଠଗଡ଼ ଓ ଯୋରନ୍ଦା ରୋଡ଼ ଷ୍ଟେସନ ମଧ୍ୟରେ ବ୍ରିଜ (ପୋଲ) ପୁନଃ ନିର୍ମାଣ କାର୍ଯ୍ୟ , ଛତ୍ରପୁର-ବ୍ରହ୍ମପୁର ରେଳ ସେକ୍ସନ ଅନ୍ତର୍ଗତ ଛତ୍ରପୁର-ଜଗନ୍ନାଥପୁର ରେଳ ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ଜାରି ରହିଛି । ଏଥିପାଇଁ ୧୦ଟି ଟ୍ରେନ୍ ବାତିଲ୍ ହେବାକୁ ଥିବା ବେଳେ ୨ ଟି ଟ୍ରେନ୍ ଆଂଶିକ ବାତିଲ ରହିବ । ସେହିପରି ୬ଟି ଟ୍ରେନ୍ ସମୟରେ ସାମୟିକ ପରିବର୍ତନ କରାଯିବ ।

ଏହା ବ୍ୟତୀତ ୨୦୮୦୮ ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ ୩୧ ମଇ ଦିନ ଛାଡିଥିବା, ୨୨୮୪୦ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁନ ୨ ତାରିଖ ଦିନ, ୨୦୮୯୫ ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ ରମେଶ୍ୱରମରୁ ୪ ଜୁନ୍ ଦିନ ଏବଂ ୧୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ୪ ଜୁନ୍ ରେ ବାଙ୍ଗାଲୋରରୁ ଛାଡିବାକୁ ଥିବା ଟ୍ରେନ ଗୁଡିକ କିଛି ମିନିଟ୍ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ନିୟନ୍ତ୍ରିତ ହେବ ।

Leave a Reply

Your email address will not be published. Required fields are marked *