ସୁଭଦ୍ରା ଯୋଜନାରେ ଆସିଲା ସାଙ୍ଘାତିକ ତଥ୍ୟ। ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ। ସର୍ଟିଙ୍ଗ ବେଳେ ଜଣାପଡିଲା ଏହି ତଥ୍ୟ। ସୁଭଦ୍ରା ପାଇଁ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ସେମାନଙ୍କୁ ବାଦ ଦିଆଯାଇଛି। ଆଧାର କାର୍ଡର ବ୍ୟାଙ୍କ ଲିଂକେଜ ଡାଟା ଆସିବା ପରେ ଏହି ତଥ୍ୟ ଜଣାପଡିଲା। ପୁଅ ନାଁ ଝିଅ ନାଁ ଏକାଭଳି ଥାଏ। ସ୍ପେଲିଙ୍ଗ ବି ଏକା ହୋଇଥାଏ। ତେଣୁ ଚିହ୍ନଟରେ ସମସ୍ୟା ହୋଇଥିଲା। ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ ଯେ ସୁଭଦ୍ରା ପାଇଁ ପ୍ରବାସରେ ଥିବା ମହିଳା ଆବେଦନ କରନ୍ତୁ । ବର୍ତ୍ତମାନ ସୁଭଦ୍ରା ପାଇଁ ୧ କୋଟି ସାତ ଲକ୍ଷ ଆବେଦନ ଥିଲା। ଏମପିସିଆଇ ପେଣ୍ଡିଙ୍ଗ ୨ ଲକ୍ଷରୁ ଅଧିକ ଥିଲା। ଯେଉଁମାନେ ବାହାରକୁ କାମ ପାଇଁ ପଳାଇଛନ୍ତି। ସେମାନଙ୍କ ଫଟୋ ଉଠିବା ଦରକାର। ସେଥିପାଇଁ ସେମାନଙ୍କୁ ସୁଭଦ୍ରା ଦିଆଯାଇ ପାରୁନି। ଗଂଜାମ, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟରେ ଅଧିକ ଅଛନ୍ତି ପେଣ୍ଡିଙ୍ଗ। ପ୍ରବାସୀ ବିଭିନ୍ନ କାମ ପାଇଁ ବାହାରକୁ ଯାଇଛନ୍ତି। ସେମାନେ କମିତି ପାଇବେ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Naxatra News is now on Whatsapp
Join and get latest news update delivered to you via whatsapp
Join Now