ପଟ୍ଟାମୁଣ୍ଡାଇ କେନାଲରୁ ୨ ମୃତଦେହ ଉଦ୍ଧାର, ଜଣେ ନିଖୋଜ

Spread the love

କଟକ: କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ୩ ନିଖୋଜ ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ  ଚାଉଳିଆ ଗଞ୍ଜର ତ୍ରିଲୋଚନ ଓ ଯୁବକମାନେ ତ୍ରିଲୋଚନ ମହଲା ଓ  ଚୌଦ୍ୱାର ଅଞ୍ଚଳର ବାଦଲ।  ନିଲୁ ସାହୁ ନାମକ ଯୁବକଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ଜଣଙ୍କୁ ପୂର୍ବରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଲକ୍ଷ୍ମୀପୂଜା ଭାସାଣୀ ଦେଖିବାକୁ ୪ ଜଣ ସାଙ୍ଗ ହୋଇ ପଟ୍ଟାମୁଣ୍ଡାଇ କେନାଲ ବନ୍ଧକୁ ଯାଇଥିଲେ।  କାଲି ରାତିରେ  ଲକ୍ଷ୍ମୀପୂଜା ଭସାଣି ବେଳେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ ବେଳେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ  ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା।

ଖବର ପାଇ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ରାତିଠୁ ବହୁ ଖୋଜାଖୋଜି କରିବା ପରେ ଆଜି  ତ୍ରିଲୋଚନ ଓ ବାଦଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ନିଲୁ ଏବେ ବି ନିଖୋଜ ଅଛନ୍ତି।  ଉଦ୍ଧାରକାରୀ ଦଳ ନିଲୁଙ୍କୁ ଖୋଜିବାରେ ଲାଗିଛି। କେନାଲରେ ପ୍ରବଳ ଜଳସ୍ରୋତ କାରଣରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଛି। ଉଦ୍ଧାର ପାଇଁ ଉପରମୁଣ୍ଡରୁ ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। 

Leave a Reply

Your email address will not be published. Required fields are marked *