ଯାତ୍ରାଦେଖି ଯିବା ବେଳେ ବାଡେଇଲା ଟ୍ରକ, ଚାଲିଗଲା ୨ ଜୀବନ

ଗଞ୍ଜାବ: ଗଞ୍ଜାମ ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥ ସାନଘାଟିଠାରେ ମର୍ମନ୍ତୁଦ ଦୁର୍ଘଟଣା।  ୫ଜଣ ବାଇକ ଆରୋହୀଙ୍କୁ ଟ୍ରକ ଧକ୍କା ଦେବା ପରେ ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଥିରେ  ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୪ ଗୁରୁତର ହୋଇଛନ୍ତି । ମୃତ ଦୁଇ ଯୁବକ ହେଲେ  କମଳାପଦର ଗାଁର ଦିଲ୍ଲୀପ ପାହାନ, ଏବଂ ଅନ୍ୟ ଜଣେ ବେଢ଼ଛେଲୁ ଗାଁର ଶ୍ରୀକାନ୍ତ ସାହୁ।

ଗତକାଲି ବିଳମ୍ବିତ ରାତିରେ ୫ଜଣ ଯୁବକ ଦୁଇଟି ବାଇକରେ ନିକଟସ୍ଥ କନକା ଗାଁକୁ ଯାତ୍ରା ଦେଖି ଯାଉଥିଲେ।  ସାନଘାଟି ଠାରେ ପଛପଟୁ ଆସୁଥିବା ଏକ ଟ୍ରକ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା। ବାଇକ ଉପରେ ଚଢିବା ପରେ ଘଟଣାସ୍ଥଳରୁ ଖସି ଯିବାକୁ ଟ୍ରକ ଡ୍ରାଇବର ଦୃତଗତିରେ ଯିବାକୁ ଉଦ୍ୟମ କରୁଥିବା ବେଳେ ବେଳେ ବଡ଼ଘାଟିଠାର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।  ଖଲ୍ଲିକୋଟ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତି କରିଛି।     

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *