ଆଜିଠୁ ଆରମ୍ଭ ହେଲା +୩ ନାମଲେଖା ଆବେଦନ ପ୍ରକ୍ରିୟା

Spread the love

ଆଜିଠାରୁ +୩ ରେ ଅନଲାଇନ ମାଧ୍ୟମରେ ନାମଲେଖା ଆରମ୍ଭ ହୋଇଯାଇଛି । ସାମ୍‌ସ ୱେବସାଇଟ www.samsoodisha.gov.in ରେ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ପୋର୍ଟାଲ ଆବେଦନର ସମୟ ସୀମା ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ରହିଛି ।

ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ଡିଗ୍ରୀ କଲେଜ ସହିତ ସଂସ୍କୃତ କଲେଜର ସ୍ନାତନ ପାଠ୍ୟକ୍ରମରେ ଓ ସେଲ୍ଫ ଫାଇନାସରେ ନାମଲେଖା ପାଇଁ ଅପରାହ୍ନା ୪ଟାରୁ ଅନଲାଇନ ଫର୍ମ ପୁରଣ କରିପାରିବେ । ଆବଦନ ସମୟରେ କୌଣସି ତୃଟି ରହିଥିଲେ ଏହା ଜୁନ୍ ୧୮ ତାରିଖରେ ସଂଶୋଧନ କରାଯାଇପାରିବ ।

ସେହିପରି ଜୁନ ୨୫ରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ଏଥିସହ ୨୬ରୁ ୨୯ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ଜୁଲାଇ ୫ରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୬ରୁ ୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଏହାର ଶେଷ ପର୍ଯ୍ୟାୟ ତାଲିକା ଜୁଲାଇ ୧୫ରେ ପ୍ରକାଶିତ ହେବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *