ଜମନକିରା ଫରେଷ୍ଟ ରେଞ୍ଜରେ ଦୁଇ ହାତୀଙ୍କ ମୃତଦେହ ଠାବ

Spread the love

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ, ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତିଲେଇମାଲ ଗ୍ରାମ  ପତରା ଜଙ୍ଗଲ ନିକଟରେ ଦୁଇଟି ବିଶାଳକାୟ  ହାତୀଙ୍କ ମୃତଦେହ ଠାବ ହୋଇଛି । ମୃତ ହାତୀଙ୍କ  ମଧ୍ୟରେ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀ ଥିବା ସୂଚନା ।

ଗୁରୁବାର ସକାଳୁ ସ୍ଥାନୀୟ ଲୋକ ବାମରା ବନଖଣ୍ଡ ଅନ୍ତର୍ଗତ ଜମନକିରା ଫରେଷ୍ଟ ରେଞ୍ଚର ତିଲେଇମାଲ ଗ୍ରାମ ନିକଟ ବତରା ଜଙ୍ଗଲରେ ଦୁଇଟି ହାତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଅଧିବାସୀମାନେ ଏ ସଂପର୍କରେ ଜମନକିରା ଫରେଷ୍ଟ ରେଞ୍ଜ ଅଧକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଜମନକିରା ଫରେଷ୍ଟ ରେଞ୍ଜ ଅଧିକାରୀ ଙ୍କ ସହିତ ବିଭାଗୀୟ ଡାକ୍ତର ଘଟଣା ସ୍ଥଳରେ ପହଞ୍ଚି ବ୍ୟାପକ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

ପ୍ରାଥମିକ ସୂଚନା ଅନୁଯାୟୀ ସ୍ଥାନୀୟ କୃଷକମାନେ ଦିନକ ଆଗରୁ ରୋଗ ପୋକ ଦାଉରୁ ରକ୍ଷା ପାଇଁ ଧାନ କ୍ଷେତରେ କୀଟନାଶକ ଔଷଧ ସିଂଚନ କରିଥିଲେ। ସେହି ରାତି ରେ ହାତୀମାନେ ଆସି ଧାନ ଗଛ ଫସଲ ଖାଇଛନ୍ତି। ହୁଏତ ବିଷକ୍ରୀୟା ପ୍ରଭାବରେ ମୃତ୍ୟୁ ବରଣ କରିଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।

ସେପଟେ ହାତୀ ମୃତ୍ୟୁର ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *