୧୨ ଦିନରେ ଗୋଟିଏ ପରିବାରର ଚାଲିଗଲେ ୩ ଜଣ

Spread the love

ଭଦ୍ରକ: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ୱଙ୍କୁ ସାଙ୍ଗରେ ନେଇ ଆସେ । ମାତ୍ର ୧୨ ଦିନରେ ଘରର ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ପରିବାରଲୋକଙ୍କ ଆଖିରୁ ଲୁହ ଶୁଖୁନି। ଗୋଟେପଟେ ଦ୍ଵାଦଶାହ ଭୋଜି ପାଇଁ ରନ୍ଧା ବଢ଼ା ଚାଲିଥିବା ବେଳେ ଅନ୍ୟପଟେ ଆସିଲା ପୁଣି ଆଉ ଜଣଙ୍କର ମୃତ୍ୟୁ ର ଖବର ।

ଏକା ସାଙ୍ଗରେ ଦଶାହ ଓ ଦ୍ଵାଦଶ କର୍ମ ଚାଲିଛି , କିନ୍ତୁ ଏହି ସମୟରେ ଆସିଲା ଆଉ ଏକ ଦୁଃଖଦ ଖବର। ପୁଣି ଘରର ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏ ଘଟଣା ହେଉଛି ଭଦ୍ରକ ଗୁଆମାଳ ଅଞ୍ଚଳର। ଘରର ବଡ ପୁଅ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ନଭେମ୍ବର ମାସ ୨୭ରେ ଦେହାନ୍ତ ହେଲା। ଘରଲୋକେ , ସାହି ଭାଇ ଓ ବନ୍ଧୁ ବାନ୍ଧବ , ଶବ ସତ୍କାର କଲେ। କିନ୍ତୁ ବିଳମ୍ବିତ ରାତିରେ ପୁଣି ଦୁଃଖର ପାହାଡ଼ ଲଦି ହୋଇଗଲା ପରବାର ଉପରେ । ରାତି ପ୍ରାୟ ଗୋଟେ ରୁ ଦୁଇଟା ମଧ୍ୟରେ ବଡ଼ ମଝିଆ ଭାଇ ହରପ୍ରସାଦ ପାଣିଗ୍ରାହୀ ମଧ୍ୟ ଆରପାରିକୁ ଚାଲିଗଲେ । ଏମିତିରେ ଗୋଟିଏ ଦିନରେ ଘରର ଦୁଇ ଜଣଙ୍କୁ ବିଦାୟ ଦେଇଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ । ଠିକ ଏତିକି ବେଳେ ପୁଣି ଏକ ଅଘଟଣ ଅପେକ୍ଷା କରିଥିଲା।

ତେବେ ଦୁଇ ଭାଇଙ୍କ ଦ୍ଵାଦଶାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିଲା , ଭାଇ ବନ୍ଧୁ , କୁଟୁମ୍ବ ସମସ୍ତେ ଥିଲେ । କିନ୍ତୁ ପୁଣି ଗୋଟିଏ ଅଘଟଣ ଘର ଲୋକଙ୍କୁ ମିଳିଥିଲା । ଘରର ସାନ ମଝିଆ ବୋହୂ ଭାରତୀ ପାଣିଗ୍ରାହୀ ଘରର ଅଳିଆ ପକାଇବା ପାଇଁ ଯିବା ବେଳେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିଲେ। ଭଦ୍ରକ ମେଡିକାଲକୁ ଆଣିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।

ଗୋଟିଏ ପରେ ଗୋଟିଏ ଆତ୍ମୀୟ ସ୍ୱଜନଙ୍କୁ ହରାଇ ଭାଙ୍ଗି ପଡିଥିବା ପରିବାର ଲୋକଙ୍କୁ ।

ଶାନ୍ତନୁ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *