ବିଳମ୍ବିତ ରାତିରେ ବାଇକ ଧକ୍କା, 3ମୃତ

Spread the love

ନୟାଗଡ: ଗଛରେ ପିଟି ହୋଇ 3ମୃତ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ଘଟିଛି ନୟାଗଡ ଜିଲ୍ଲା ଓଡଗାଁ ଥାନା ଅଧୀନ ପଥରା ଗ୍ରାମ ନିକଟରେ । ମୃତକ ମାନେ ହେଲେ ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ସ୍କୁଲ ସାହିର ମାଧବ ପ୍ରଧାନ (20) ସୂର୍ଯ୍ୟକାନ୍ତ ପ୍ରଧାନ(19) ଓ ରାଜେଶ ନାୟକ (19)

ସୂଚନା ମୁତାବକ ରାମ ନବମୀ ପାଇଁ ଓଡଗାଁରେ ରାମନୀଳା ହେଉଥିଲା । ଯାହାକୁ ଦେଖିବାପାଇଁ ତିନି ଜଣ ସାଙ୍ଗ ବାଇକରେ ଯାଇଥିଲେ । ମେଳା ଦେଖିସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ପଥାର ନକଟସ୍ଥ ବୃଦ୍ଧାଶ୍ରମ ନିକଟରେ ସେମାନେ ଭାରଶ୍ୟାମ ହରାଇ ଏକ ବରଗଛରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଆହାତ 3 ଜଣଙ୍କୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ପଠାଇଥିଲେ ଯେଉଁଠାରେ ଡାକ୍ତର ସମସ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।  

ଦୁର୍ଘଟଣାରେ ସ୍ଥନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ । ଘଟଣା ର ତଦନ୍ତ ଆରମ୍ଭ କରିଛି ।  

Leave a Reply

Your email address will not be published. Required fields are marked *