ମଶାବତୀ ଧୁଆଁରେ ଛଅ ମୃତ

Spread the love

ନୂଆଦିଲ୍ଲୀ: ମଶା ଧୁଆଁରେ ଚାଲିଗଲା ଛଅ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ପାର୍କ ନିକଟରେ । ମଶା ଦାଉରୁ ରକ୍ଷା ପାଇଁ ମଶାବତୀ ଲଗାଇ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଗୋଟିଏ ପରିବାରର ଛଅ ଜୀବନ ।

ସୂଚନା ମୁତାବକ ସବୁଦିନ ଭଳି ଗୁରୁବାର ରାତିରେ ଉକ୍ତ ପରିବାର ମଶାଧୂପ ଦେଇ ଶୋଇଥିଲେ । କିନ୍ତୁ କୌଣସି କାରଣରୁ ମଶାଧୂପଟି ଗଦି ଉପରେ ପଡିଯାଇଥିଲା ଫଳରେ ଗଦିରେ ନିଆଁ ଲାଗିଯାଇଥିଲା । ଏଠାରୁ ନିର୍ଗତ ବିଷାକ୍ତ ଧୁଆଁରେ ପରିବାର ସମସ୍ତ ଅଚେତ ହୋଇଯାଇଥିଲେ ଏବଂ କେହି କିଛି ଜାଣିପାରିନଥିଲେ ।

ନିର୍ଗତ ଧୁଆଁ ପରେ ନିଆଁରେ ପରିଣତ ହୋଇ ସଂପୂର୍ଣ୍ଣ ଘରେ ଲାଗିଯାଇଥିଲା । ତେବେ ଆଜି ସକାଳେ ଶାସ୍ତ୍ରୀ ପାର୍କର ମାଛ ମାର୍କେଟ ନିକଟରେ ଥିବା ମଜାର ୱାଲା ରୋଡର ଏକ ଘରେ ନିଆଁ ଲାଗିଥିବା କଥା ପୋଲିସ କୁ ସୂଚନା ମିଳିଥିଲା । ପୋଲିସ ସୂଚନାପରେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଘରୁ 9 ଜଣଙ୍କୁ ଉଦ୍ଧାର କରିଥିଲା ଏବଂ ତୁରନ୍ତ ଜାଗ ପ୍ରବେଶ ଚନ୍ଦ୍ର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲା ।

ଯେଉଁଠାରେ ଡାକ୍ତର 6 ଜଣକୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଆଉଜଣେ ଦେଢ ବର୍ଷର ଶିଶୁଥିବା ଜଣାପଡିଛି  । ତେବେ ପରିବାରର ଦୁଇଜଣ ଏବେ ଚିକତ୍ସାଧୀନ ଅବସ୍ଥାରେ ଅଛନ୍ତି ଏବଂ ଅନ୍ୟ ଜଣକୁ ଡିସଚାର୍ଜ କରାଯାଇଛି ।

Leave a Reply

Your email address will not be published. Required fields are marked *