ଓଡ଼ିଶା

ବିଏମସିର ଚଢାଉ: ୪ ଫୁଡ ଷ୍ଟଲ ସିଲ

ଭୁବନେଶ୍ବର: ପୂଜା ପୂର୍ବରୁ ଆକ୍ସନ ମୋଡକୁ ଆସିଛି ବିଏମସି। କେତେବେଳେ ପଲିଥିନ, ସିଙ୍ଗଲ ୟୁଜ ପଲିଥିନ ଜବତ କରି ଫାଇନ କରୁଛି ତ ପୁଣି କେତେବେଳେ ଖାଦ୍ୟର ମାନ ଓ ସ୍ବଚ୍ଛତାକୁ ନେଇ ଚାଲିଛି ତନାଘନା। ଗୁରୁବାର ଉତ୍ତର ଭୁବନେଶ୍ବରର ବହୁ ଫୁଡଷ୍ଟଲକୁ ସିଲ କରିଛି ବିଏମସି।

ପଟିଆ  ଅଞ୍ଚଳରେ ବିଏମସି କମଶନରଙ୍କ ଅଚାନକ  ଚଢ଼ାଉ l ବିଭିନ୍ନ ଫୁଡ ଷ୍ଟଲର ସ୍ଵଛତାକୁ  ନେଇ ପୁଣି ବିଏମସି ଏବଂ ଖାଦ୍ୟ ନିରାପତ୍ତା  ଟିମ ପକ୍ଷରୁ ରେଡ କରାଯାଇଛି l ୪ଟି ଫୁଡ଼ ଷ୍ଟଲକୁ ସିଲ କରିଛି ଟିମ l ବର୍ଗର  କିଙ୍ଗ, ସାରଳା ସ୍ୱଇଟ ଷ୍ଟଲ,କାଫେ ଓଡିଶା, ଜୟଗୁରୁ  ଓମ୍ଫେଡ ଆଦିକୁ ସିଲ କରାଯାଇଛି।  ପା

ର୍ବଣ ଋତୁରେ  ଖାଦ୍ୟର ମାନ  ଯାଞ୍ଚ  କରିବାକୁ ସ୍ୱତନ୍ତ୍ର ଟିମ ଗଠନ  କରାଯାଇଛି  l ରାଜଧାନୀର  ବିଭିନ୍ନ ସ୍ଥାନରେ ନିୟମିତ  ଚେକିଂ ହେବା ସହ ନିୟମ ଉଲ୍ଲଙ୍ଘନ କରୁଥିବା  ବ୍ୟବସାୟୀଙ୍କୁ ଫାଇନ ସହ ଦୋକାନ ବନ୍ଦର ନିର୍ଦେଶ ହୋଇଛି l ଚଢ଼ାଉ  ବେଳେ ବିଏମସି କମିଶନରଙ୍କ ସହ ଫୁଡ ଏନଫୋର୍ସମେଣ୍ଟ ଟିମ ଉପସ୍ଥିତ ଥିଲେ  l

Leave a Reply

Your email address will not be published.

Back to top button