୪ ପ୍ରତିଶତ ଅତିରିକ୍ତ ମହଙ୍ଗାଭତା ଓ ସ୍ୱାସ୍ଥ୍ୟଭତା ପ୍ରଦାନ ଦାବି

Spread the love

ଭୁବନେଶ୍ୱର : ଦେଶରେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ଦେଶର ଅନ୍ୟାନ୍ୟ ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗାଭ । ଜାନୁଆରି ପହିଲାରୁ ଦେବା ପାଇଁ ଘୋଷଣା କରିଛନ୍ତି ଏବଂ ବକେୟା ସହ ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଘୋଷଣା ନ କରିବା ଫଳରେ ଅବସରପ୍ରାପ୍ତ କର୍ମଚାରୀ ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହେଉଛନ୍ତି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଉ ନାହିଁ କି ଅତିରିକ୍ତ ମହଙ୍ଗା ଭ । ବି ଘୋଷଣା କରାଯାଉ ନାହିଁ ବୋଲି ନିଖିଳ ଉତ୍କଳ ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥି ନେଇ ସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ବି ସରକାର କର୍ଣ୍ଣପାତ କରୁନଥିବା କୁହାଯାଇଛି । ଦେଶର ୨୩ଟି ରାଜ୍ୟରେ ସେଠିକାର ସରକାର ସ୍ୱାସ୍ଥ୍ୟଭ । ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ଭତା ପ୍ରଦାନ କରୁନାହାନ୍ତି । ତେଣୁ ରାଜ୍ୟ ସରକାର ଅତିରକ୍ତ ମହଙ୍ଗାଭ ।, ସ୍ୱାସ୍ଥ୍ୟ ଭତା ଓ ଅତିରିକକ୍ତ ପେନ୍‌ସନ୍ ବୃଦ୍ଧ ପାଇଁ ନିଖିଳ ଉତ୍କଳ ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘ ସଭାପତି ବାଲ୍ମିକୀ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ନନ୍ଦ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *