ସାଈ ମନ୍ଦିରକୁ ୫ ଲକ୍ଷ ଅନୁଦାନ, ୫ଟି ସଚିବଙ୍କୁ କୃତଜ୍ଞତା

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଚାଟରାପାଟଣା ମୈାଜାରେ ଥିବା ସିରିଡି ସାଈ ମନ୍ଦିରକୁ ୫ ଲକ୍ଷ ଟଙ୍କା ସରକାରୀ ଅନୁଦାନ ମିଳିଥିବାରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛିା ସଚିବଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ମନ୍ଦିର ଟ୍ରଷ୍ଟର କର୍ମକର୍ତା ମାନେ ତାଙ୍କୁ ଭେଟି ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ତଦନୁଯାଇ ୫ ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିଥିବାରୁ ଟ୍ରଷ୍ଟର ସଭାନେତ୍ରୀ ତମସା ପାତ୍ରଙ୍କ ସମେତ ତପନ ରାୟ, ଦିଲିପ ମହାନ୍ତି, ତାପସ ପାଢୀ, ବିଶ୍ୱନାଥ ରଣା, ଶ୍ରୀଧର ସାହୁ, ବରିଷ୍ଠ ଆଇନଜୀବି ଶାନ୍ତି ସ୍ୱରୂପ ଭୂୟାଁ, ମିନାକ୍ଷୀ ରାୟ, ଭାବଗ୍ରାହୀ ପତି, ସରୋଜ ସାହୁ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତିା

Leave a Reply

Your email address will not be published. Required fields are marked *