କଡିକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି 5-T ସଚିବ ଭିକେ ପାଣ୍ଡିଆନ ନୂଆପଡା ଗସ୍ତରେ ଯାଇ ନୂଆପଡାର ବିଭିର୍ନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ପାଣ୍ଡିଆନ ନୂଆପଡାର ବିଭିର୍ନ୍ନ ସ୍ଥାନ ପରିଦର୍ଶନ କରି ସରକାରଙ୍କର ବିଭିର୍ନ୍ନ ପ୍ରକଳ୍ପ ଉପରେ ସମିକ୍ଷା କରିବା ସହ ଆଗାମି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବିପୁଳ ଜନ ସମାଗମ ହୋଇଥିଲା ଏବଂ ଶହଶହ ମିଶନ୍ ଶକ୍ତି ମହିଳା ମାନେ ଫୁଲ ପକାଇ ସ୍ୱାଗତ ଜଣାଇଥିଲା ।
ପାଣ୍ଡିଆନ ମନ୍ଦିର ଠାରୁ ଆରମ୍ଭ କରି ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସ୍ଥାନ ବୁଲି ଦେଖିଛନ୍ତି । ପାଣ୍ଡିଆନ ନୂଆପଡା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସଚିବ ଲୋକ ମାନଙ୍କ ସହ ଆଲୋଚନା କରି ସବୁ ସ୍କୁଲ ଓ କଲେଜର ରୂପାନ୍ତରୀକରଣ, ଜଳସେଚନ ସମସ୍ୟା ର ଦୂରୀକରଣ, ପିବା ପାଣି ଯୋଗାଣ, ରାସ୍ତା ନିର୍ମାଣ ଓ ମରାମତି ଓ ପର୍ୟ୍ୟଟନ ସ୍ଥଳିମାନଙ୍କର ପୂନଋଦ୍ଧାର ଆଦିର ପ୍ରତିଶ୍ରୂତି ଦେଇଛନ୍ତି ।
ନୂଆପଡାରେ ପହଞ୍ଚି ପାଣ୍ଡିଆନ ଜନସାଧାରଣଙ୍କ ସହ କଥାବାର୍ତ୍ତା କରି ଜନସାଧାରଣଙ୍କ ସମସ୍ତ ଦାବି ସୁଣିବା ସହ ବ୍ୟକ୍ତିଗତ ଭାବରେ ଦାବିପତ୍ର ଗ୍ରହଣ କରିଛନ୍ତି । ଉଦଣ୍ଡି ନଦୀ ଉପରେ ମେଗା ଜଳ ସେଚନ ଦ୍ୱାରା 890 ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବା, ପାତାଳ ଗଙ୍ଗା ମନ୍ଦିରର ନବିକରଣ ସହ ପର୍ଯ୍ୟଟନ ସ୍ଥଳି ମାନ୍ୟତା ପାଇବ ବୋଲି କହିଛନ୍ତି ପାଣ୍ଡିଆନ । ନୂଆପଡାବାସୀଙ୍କ ସମସ୍ତ ଦାବି ମୁଖ୍ୟ ମନ୍ତ୍ରୀ ଯଥାଶିଘ୍ର ଅନୁମୋଦନ କରିବେ ବୋଲି ପାଣ୍ଡିଆନ ପ୍ରତିଶ୍ରୂତି ଦେଇଛନ୍ତି

Naxatra News is now on Whatsapp
Join and get latest news update delivered to you via whatsapp
Join Now