ଶ୍ୱାସରୁଦ୍ଧ ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ

Spread the love

ଭୁବନେଶ୍ୱର: ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣା। ଜୀବିତ ଅବସ୍ଥାରେ ବେକରେ ଚୁନୀ ଭଳି ସଫ୍ଟ୍ କପଡ଼ାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଜଣାପଡ଼ିଛି। ତେବେ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେପଟେ ଖୁବ ଶୀଘ୍ର ସୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଚିତ୍ତରଂଜନ ବନ୍ଧ ହେବା ନେଇ ସୂଚନା। ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଦଫାରେ ଚିତ୍ତରଞ୍ଜନଙ୍କୁ ବାନ୍ଧିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଖୁବଶୀଘ୍ର ଚିତ୍ତରଞ୍ଜନଙ୍କୁ ନେଇ ସ୍ପଷ୍ଟ ଭେରୀଫିକେଶନ ମଧ୍ୟ କରାଯିବ । କାହିଁକି ମର୍ତ୍ୟୁ ହେଲା ତାର ପରଦାଫାସ କରିବ କମିଶନରେଟ ପୋଲିସ। ମଧ୍ୟାହ୍ନରେ ଭୁବନେଶ୍ୱର ଡିସିପି କରିପାରନ୍ତି ପ୍ରେସମିଟ ।

Leave a Reply

Your email address will not be published. Required fields are marked *