ଷଷ୍ଠ ଜଳ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Spread the love

ପୁରୀ : ପୁରୀ ଜିଲ୍ଲା ଆକ୍ୟୁଟିକ ସଂଘ ଓ ପୁରୀ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଷଷ୍ଠ ପୁରୀ ଜିଲ୍ଲାସ୍ତରୀୟ ଜଳକ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାଶ ଚନ୍ଦ୍ର ନାୟକ ଉଦଘାଟନ କରି କ୍ରିଡା ଶରୀରକୁ ସୁସ୍ଥ ଓ ଫୂ୍‌ର୍ତି ରଖିବା ସହ ଜୀବନ କୁ ଶୃଙ୍ଖଳିତ କରିଥାଏ ବୋଲି କହିଥିଲେ । ଜିଲ୍ଲା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ ଏହି ସନ୍ତରଣାଗାରରେ ଏହା ପ୍ରଥମ ସନ୍ତରଣ ପ୍ରତିଯୋଗିତା କହି ଜାତୀୟ ସଙ୍ଗୀତ ଗାନ କରାଇ ଏହାକୁ ଏକ \”ସ୍ମାରକୀ ପ୍ରତିଯୋଗିତା\” ବୋଲି କହିଥିଲେ । ଅତିଥି ଭାବେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ,ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜେଏସଡବ୍ଲୁର କ୍ରିଡା ର ସଂଯୋଜକ ସ୍ୱାଗତ ମହାପାତ୍ର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ସନ୍ତରଣ ସଂଯୋଜକ ବିନାୟକ ପ୍ରସାଦ ରାଓ ଉପସ୍ଥିତ ଥିଲେ । ଏଥିରେ ମୋଟ ୮୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।ଚାରିଗୋଟି ସନ୍ତରଣ ଷ୍ଟ୍ରୋକ ଉପରେ ମୋଟ ୩୭ ଗୋଟି ଇଭେଂଟ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ପନ୍ଦର ଜଣିଆ ସ୍ୱତନ୍ତ୍ର ବୈଷୟିକ ଦଳ \”ଫିନା ନିୟମ\” ମୁତାବକ ପରିଚାଳନା କରିଥିଲେ ।ଜିଲ୍ଲା ଆରକ୍ଷୀ ବିଭାଗ, ବେଳାଭୂମୀ ଲାଇଫ ଗାର୍ଡ଼ ସଂଘ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଏହି କାର?୍ୟ୍ୟକ୍ରମରେ ସାମିଲ ହୋଇ ସେବା ଯୋଗାଇଥିଲେ । ନୂତନ ସନ୍ତରଣାଗାର ପୁରୀରେ ନିର୍ମାଣ କରାଯାଇଥିବାରୁ କ୍ରୀଡ଼ା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉକ୍ତ କାର?୍ୟ୍ୟକ୍ରମକୁ ଶ୍ରୀକାନ୍ତ ନାୟକ, ସୁମିତ ସାହୁ, ହରି ରାଓ, ଶୋଭନ ମହାନ୍ତି ଏବଂ ନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।ପ୍ରତିଯୋଗିତାକୁ ସଫଳତାର ସହିତ ସମାପନ କରିଥିବାରୁ ଜିଲ୍ଲା ଆକ୍ୱ ।ଟିକ ଆସୋସିଏସନ ତରଫରୁ ସଭାପତି ସପନ କୁମାର ମିଶ୍ର ଏବଂ ସାଧାରଣ ସମ୍ପାଦକ ରାଜୀବ ଲୋଚନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *