୪୨ ଡିଗ୍ରୀ ଉପରେ ୭ ସହର

Spread the love

ଭୁବନେଶ୍ୱର : ରାଜ୍ୟରେ ତାତିର ପ୍ରକୋପ କମିବାର ନାଁ ନେଉନାହିଁ । ବୁଧବାର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଯାହା ମଧ୍ୟ ୭ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ୪୨.୯ ଡିଗ୍ରୀ ସହ ଝାରସୁଗୁଡା ସହର ସର୍ବାଧିକ ଉତପ୍ତ ସହର ପାଲଟିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଝାରସୁଗୁଡାରେ ୪୨.୯ ଡିଗ୍ରୀ , ସମ୍ବଲପୁର ୪୨.୬ , ବୌଦ୍ଧ ୪୨.୪ , ତାଳଚେର ୪୨.୨ , ଅନୁଗୁଳ ୪୨. ୧ ଏବଂ ସୁନ୍ଦରଗଡ ଓ ବଲାଙ୍ଗିରରେ ୪୨ ଡିଗ୍ରୀ ତାପମାତ୍ରା ରେକଡ; ହୋଇଛି । ସେହିପରି ହୀରାକୁଦ ୪୧.୯, ରାଉରକେଲା ୪୧.୮, ବରଗଡ ୪୧, ସୋନପୁର ୪୦.୮,ବାରିପଦା ୪୦.୬, ଟିଟଲାଗଡ ୪୦.୫, ନୟାଗଡ ୪୦.୨ ଓ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଯଥାକ୍ରମେ ୩୯ ଡିଗ୍ରୀ ଓ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *