ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ସିଟରେ ୩ ନଭେମ୍ବରକୁ ହେବ ଉପନିର୍ବାଚନ ଓ ୬ ନଭେମ୍ବରକୁ ପ୍ରକାଶ ପାଇବ ଫଳ। ମହାରାଷ୍ଟ୍ର, ବିହାର, ହରିଆଣା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡିଶାରେ ହେବ ଉପନିର୍ବାଚନ। ଉପନିର୍ବାଚନ ପାଇଁ ନାମାଙ୍କନ ଅକ୍ଟୋବର ୧୪ ତାରିଖ ମଧ୍ୟରେ ହେବାକୁ ଥିବା ବେଳେ ଅକ୍ଟୋବର ୧୭ରେ ନାମାଙ୍କନ ପ୍ରତ୍ୟାହାର ହେବ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି।
ଉପନିର୍ବାଚନ ହେବାକୁ ଥିବା ସିଟରେ ରହିଛି ମହାରାଷ୍ଟ୍ରର ୧୬୬ ଅନ୍ଧେରୀ ଇଷ୍ଟ, ବିହାରର ୧୭୭ ନମ୍ବର ସିଟ ମୋକାମା ଓ ୧୦୧ ଗୋପାଲଗଞ୍ଜ, ହରିଆଣାର ୪୭ ନମ୍ବର ସିଟ ଆଦମପୁର, ତେଲେଙ୍ଗାନାର ୯୩ ମୁନୁଗୋଡ୍ଡ, ଉତ୍ତର ପ୍ରଦେଶର ୧୩୯ ଗୋଲା ଗୋରଖନାଥ ଓ ଓଡିଶାର ୪୬ ନମ୍ବର ସିଟ ଧାମନଗର।
ସୂଚନା ଯୋଗ୍ୟ, ଚଳିତ ବର୍ଷ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ। ଉଭୟ ରାଜ୍ୟରେ ବିଜେପି ସରକାର ରହିଛି। ଚଳିତ ନିର୍ବାଚନରେ ବିଜେପିକୁ ଆପ ଓ କଂଗ୍ରେସ ସହ ଲଢେଇ କରିବାକୁ ହେବ। ଏହି ଦୁଇ ରାଜ୍ୟରେ ଆପ ପକ୍ଷରୁ ନିର୍ବାଚନ ଜିତିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now