ହୃଦଘାତରେ ଚାଲିଗଲା ପୋଲିସ ଏଏସଆଇଙ୍କ ଜୀବନ

ବାଲେଶ୍ଵର କମର୍ଦ୍ଦା ଥାନାର କାର୍ଯ୍ୟରତ ଏଏସଆଇ ରାଧାଗୋବିନ୍ଦ ମଡୁଆଳଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ବାଲେଶ୍ଵର ଏସପିଙ୍କ ଅଫିସକୁ ସରକାରୀ କାମରେ ଯାଇଥିଲେ। ଆଉ କାମ ସାରି ନିଜର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାମରେ ଯୋଗଦେଇ ଥାନ୍ତେ, ହେଲେ ଏସପି ଅଫିସରେ ହୃଦଘାତରେ ଶୀକାର ହୋଇ ଆରପାରିକୁ ଚାଲି ଯାଇଛନ୍ତି କାର୍ଯ୍ୟରତ ପୁଲିସ ଏଏସଆଇ ରାଧାଗୋବିନ୍ଦ ମଢୁଆଳ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା।ତାଙ୍କ ମୃତ୍ୟୁରେ କମର୍ଦ୍ଦା ଅଞ୍ଚଳ ସହିତ ତାଙ୍କ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କମର୍ଦ୍ଦା ଥାନାରେ ତାଙ୍କର ପାଖାପାଖି ୩ ବର୍ଷର ଚାକିରୀ କାଳ ସମୟରେ ଶ୍ରୀ ମଢୁଆଳ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *