ପୁରୀ: ଶ୍ରୀମନ୍ଦିର ଜଗ ମୋହନ, ନାଟ ମଣ୍ଡପରେ ଫାଟ ହେବା କାରଣ ରୁ ASI ପକ୍ଷରୁ ମରାମତି ଲାଗି ହାଇକୋର୍ଟଙ୍କ ନିର୍ଦେଶ। ତେବେ ଏନେଇ ଆମିକ୍ୟୁସକ୍ୟୁରୀ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ମରାମତି କାର୍ଯ୍ୟ ଶୀଘ୍ର ସାରିବା ଲାଗି ନିର୍ଦେଶ ଦେଇଛନ୍ତି କୋର୍ଟ। ସେପଟେ ରତ୍ନ ଭଣ୍ଡାର ଖୋଲିବା ମାମଲାରେ ଜବାବ ତଲବ କରିଛନ୍ତି ହାଇକୋର୍ଟ।
ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ଶେଷ। ରତ୍ନ ଭଣ୍ଡାର ଖୋଲିବା ମାମଲାରେ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଖଣ୍ଡପୀଠ ଶୁଣାଣି କେଉଁ କାରଣରୁ ରତ୍ନଭଣ୍ଡାର ଖୋଲା ଯାଇ ନାହିଁ ସେନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର କାହିଁକି ଖୋଲିନାହିଁ ? ରତ୍ନଭଣ୍ଡାର ନଖୋଲା ଯିବାର କାରଣ କଣ ? ଏ ସମ୍ପର୍କିତ ସମସ୍ତ ତଥ୍ୟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ରତ୍ନ ଭଣ୍ଡାର ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଜାନୁଆରୀ ୫ ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
ସେପଟେ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାର ମଧ୍ୟ ଶୁଣାଣି ହୋଇଛି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜଗମୋହନ ଓ ନାଟ ମଣ୍ଡପ ମରାମତି କାର୍ଯ୍ୟ ଶେଷ ହେବା ନେଇ ଆମିକ୍ୟୁସକ୍ୟୁରୀ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର କାର୍ଯ୍ୟ ଜାରି ରହିଥିବା ନେଇ ଏଏସଆଇ କୋର୍ଟ ଙ୍କୁ ଅବଗତ କରିଥିଲେ। ଅପରପକ୍ଷେ ଦୀର୍ଘ ଦିନ ହେବା ରତ୍ନଭଣ୍ଡାର ଖୋଲା ନଯିବା ହେତୁ ଏହାର କାନ୍ଥ ଛାତ ଗୁଡିକ ଦୁର୍ବଳ ହେବାର ମଧ୍ୟ ଆଶଙ୍କା କରାଯାଉଛି । ରତ୍ନଭଣ୍ଡାର ଭିତରେ ଅନେକ ବର୍ଷ ହେବ ବନ୍ଦ ରହିଥିବା ହେତୁ ଏହା ଭିତରେ ଥିବା ବହୁ ମୂଲ୍ୟ ରତ୍ନ ଗୁଡିକର ସୁରକ୍ଷାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ କଡା ସମାଲୋଚନା କରିଛନ୍ତି ସହରବାସୀ।
ଶ୍ରୀମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟ ASI ହାତକୁ ନେଇଥିବା ବେଳେ ରତ୍ନଭଣ୍ଡାର ମରାମତି ଓ ଏହାକୁ ଖୋଲିବା ଲାଗି ଶ୍ରଦ୍ଧାଳୁ ଦାବି କରିଛନ୍ତି ।
ଦୀପ୍ତିରଞ୍ଜନଙ୍କ ସହ ପିଣ୍ଟୁ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now