ଇକୋରୋ ଦ୍ୱାରା ପିଲାମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

Spread the love

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଆନୁକୂଲ୍ୟରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଆଜି ଉତ୍ସାହ ଉଦ୍ଦିପନା ଓ ପରସ୍ପର ଭାବ ବିନିମୟ ସହିତ ବହୁ ଆନନ୍ଦ ଉପଭୋଗର ମଜା ଉଠାଇ ଉଦଯାପିତ ହୋଇଯାଇଅଛି ।

ଭୁବନେଶ୍ୱର ରେଳବାଇ ଅଡିଟୋରିୟମଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରତିପାଦନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଏହି ଶିବିରରୁ ଅନୁଭବ ଉପଲବ୍ଧିକୁ ସେମାନଙ୍କର ଭବିଷ୍ୟତ ଜୀବନରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଗ୍ରୀଷ୍ମକାଳୀନ ଶିବିରରେ ରେଳବାଇ କର୍ମଚାରୀଙ୍କ ପିଲାମାନେ ଯୋଗଦାନ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଯୋଗ, ସଂଗୀତ, ଚିତ୍ରାଙ୍କନ, ନୃତ୍ୟ, ସନ୍ତରଣ, ଅଭିନୟ, ହସ୍ତଶିଳ୍ପ ବୁଣାବୁଣି, ବାଲୁକା କଳା, ସାମରିକ କଳା ପ୍ରତିଭାକୁ ସେମାନେ ଯୋଗ୍ୟ ତାଲିମପ୍ରାପ୍ତ ପ୍ରସିକ୍ଷକଙ୍କ ତତ୍ୱାବଧାନରେ ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଭାପତି ଦିବ୍ୟା ଶର୍ମା ଯୋଗଦାନ କରି ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ । ଶିବିରର ପିଲାମାନେ କାଦୁଅ, ବାଲି, କାଗଜପତ୍ର ଏବଂ ଜୀବନ୍ତ ରଙ୍ଗ ସହିତ ଯୋଡ଼ିହେବା ପାଇଁ ଏକ ବିଶେଷ ସମୟ ପାଇଛନ୍ତି ଯାହା ସହିତ ସେମାନେ ସେମାନଙ୍କର ଭାବନାକୁ ପରିପ୍ରକାଶ କରିପାରିଛନ୍ତି । ଏହା ବ୍ୟତୀତ ପିଲାମାନେ ଅନ୍ୟ ଶିବିର ସାଥୀମାନଙ୍କୁ ଦେଖି ଅନେକ ଆମୋଦ ବିନୋଦନ କାର୍ଯ୍ୟ ଶିଖିପାରିଛନ୍ତି ଏବଂ ନିଜ ଭିତରେ ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ବିକଶିତ କରିପାରିଛନ୍ତି ।

ସଂଗଠନର ସମ୍ପାଦିକା ମନମିତା ମଣ୍ଡଳ, ସହ ସମ୍ପାଦିକା ସଂଚିତା ନସ୍କର ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେ ଏବଂ ଇକୋରୋର ଅନ୍ୟ ସଦସ୍ୟମାନେ ଏହି ସମାବର୍ତନ ଉତ୍ସବକୁ ପରିଚାଳନା କରିଥିବାବେଳେ ଗ୍ରୀଷ୍ମ ଶିବିରରେ ପିଲାମାନଙ୍କ ପାଇଁ ଇଭେଂଟ ଗୁଡିକୁ ସକ୍ରିୟ ଭାବରେ ସମନ୍ୱୟ କରିଥିଲେ ।

Leave a Reply

Your email address will not be published. Required fields are marked *