ମୋଟ ୮ ଲକ୍ଷ ୭୦ ହଜାର ଟଙ୍କାରେ ଗଜାନନଙ୍କ ଆଜ୍ଞା ଲଡୁ ନିଲାମ

ତାଳଚେର: ପ୍ରବଳ ବର୍ଷା ସତ୍ତ୍ୱେ ଆଜି ତାଳଚେରରୁ ବିଦାୟ ନେଉଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ଆଜି ଚାଲିଛି ଭସାଣି ଉତ୍ସବ । ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ହୋଇଛି ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ନିଲାମ । ଚଳିତ ବର୍ଷ ଲଡୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିବା ବେଳେ ସର୍ବଶେଷ୍ଠ  ନିଲାମଧାରୀ ଅନୁଷ୍ଠାନ ଭାବେ ଲାଲବାଗରାଜା  ମୋଟ ୮ ଲକ୍ଷ ୭୦ ହଜାର ଟଙ୍କାରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ଓ ଆଜ୍ଞା ମାଳକୁ ନିଲାମରେ ନେଇଥିଲେ ।

ଦୁଇ ବର୍ଷ ବ୍ୟବଧାନ ପରେ ବିଘ୍ନବିନାଶକ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହେବା ପରେ ଆଜି ୧୦ ଦିନ ପରେ ବିଦାୟ ନେଇଛନ୍ତି ପ୍ରଭୁ ଗଜାନନ। ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଗଣେଶଙ୍କ ଆଜ୍ଞା ଲଡ଼ୁ। ଲଡୁ ନିଲାମ ପରେ ଭଷାଣି ଆରମ୍ଭ ହୋଇଥିଲା। ଚଳିତବର୍ଷ ଲଡ଼ୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିଲେ। ସର୍ବଶ୍ରେଷ୍ଠ ନିଲାମଧାରୀ ଭାବେ ଲାଲବାଗରାଜା ଅନୁଷ୍ଠାନ ମୋଟ୍ ୮ ଲକ୍ଷ ୭୦ ହଜାର ଟଙ୍କାରେ ଆଜ୍ଞା ମାଳକୁ ନେବାକୁ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ, ଢେଙ୍କାନାଳ ସାଂସଦ, ଉପବାଚସ୍ପତି ରଜନୀକାନ୍ତ ସିଂ, ମ୍ୟୁନିସିପାଲିଟି ପୌରାଧ୍ୟକ୍ଷଙ୍କ  ସମେତ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହା ପରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ୨୬ଟି ପୂଜାମଣ୍ଡପର କାର୍ଯ୍ୟକର୍ତ୍ତାମାନେ ନିଜର ମେଢ଼ ସହିତ ବଡଦାଣ୍ଡ ସାହି ସ୍ଥିତ ମେଳଣ ପଡିଆ ଠାରେ ପହଞ୍ଚି ଥିଲେ । ସମସ୍ତ ମେଢ଼ ଗୁଡିକ କ୍ରମାନ୍ୱୟରେଏହି ଭସାଣି ଉତ୍ସବରେ ସାମିଲ ହୋଇ ସହର ପରିକ୍ରମା କରିବା ସହ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ କୁତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ ହୋଇଛନ୍ତି। ବର୍ଷା ଯୋଗୁ ଭଷାଣୀ ଉତ୍ସବ ଟିକେ ମାନ୍ଦା ପଡ଼ିଥିଲା। କିନ୍ତୁ ଲୋକଙ୍କ ସମାଗମରେ ଏହା ପ୍ରତିବନ୍ଧକ ସାଜି ପାରିନଥିଲା।

ପ୍ରଭାତ ପାଣିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *