ପୁରୁଣା ପେନ୍‌ସନ୍ ଲାଗି ଏକ ହେବେ ସବୁ କର୍ମଚାରୀ ସଂଗଠନ

Spread the love

ଭୁବନେଶ୍ୱର : ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଆସନ୍ତା ୧୬ ତାରିଖ ସକାଳେ “ଓଡ଼ିଶା ସଚିବାଳୟ ସେବା କାର୍ଯ୍ୟାଳୟ”  ଭୁବନେଶ୍ୱରଠାରେ “ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍‌.ଏମ୍‌.ଓ.ପି.ଏସ୍‌.), ଓଡ଼ିଶା  ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶାର ସମସ୍ତ କର୍ମକର୍ତା ତଥା ରାଜ୍ୟର ସମସ୍ତ ସଙ୍ଗଠନର ସଭାପତି, ସମ୍ପାଦକ ତଥା ଜିଲ୍ଲା ନେତୃତ୍ୱ ଓ ବିଭାଗର ମୁଖ୍ୟମାନେ ଯୋଗଦେବାକୁ ସଂଗଠନ ତରଫରୁ ସଭାପତି ବିଜୟ ମଲ୍ଲ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ ରୁ ୪୦ ବର୍ଷ ଚାକିରୀ କରି ଅବସର ପରେ ୧୦୦୦ ରୁ ୨୦୦୦ ଟଙ୍କା ପେନ୍‌ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି । ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍ ଉପରେ ଅନୁଧ୍ୟାନ କରାଯାଇଛି, ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ବ୍ୟବସ୍ଥାରେ କୌଣସି ପରିବର୍ତନ ନୁହେଁ ଆମକୁ ଅବିକଳ ପୁରୁଣା ପେନ୍‌ସନ୍  ଦରକାର । ଏଥିମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି । ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶା ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି’ ସଚିବଙ୍କୁ ଅନୁରୋଧ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସଂଘର ରାଜ୍ୟ ସଂଯୋଜକ ଇତ୍‌କାର ଅହମ୍ମଦ, ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ, ବିକ୍ରମ ରଥ, ବିମଳ ଚୌଧୁରୀ, ବିନୋଦ କୁମାର ବଳ, ପୂର୍ଣ୍ଣଚନ୍ଦ୍ର ଆଇଚ, ଉପସଭାପତି ସୁଶାନ୍ତ କୁମାର ବେହେରା, ଅନିତା ବେହେରା, ଅଶ୍ୱିନୀ ଦାସ, ବିଭୂପ୍ରସାଦ ସାହୁ, ବିଶ୍ୱଜିତ୍ ବିଶ୍ୱାଳ, ଗୁରୁ ଗୋବିନ୍ଦ ଦଳାଇ, କ୍ଷୀତିଶ ପଣ୍ଡା, ଅଡିଟର ମଳୟ ଜେନା, ମିଡ଼ିଆ ସମ୍ପାଦକ ଶିବ ଶଙ୍କର ସାହୁ, ବବ୍‌ଲୁ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *