୧୭ରେ ଅମିତ ଶାହା ,୨୨ରେ ଓଡିଶା ଆସିବେ ନଡ୍ଡା

Spread the love

ଭୁବନେଶ୍ୱର : ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେମାନେ ଓଡିଶା ଆସିବେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜୁନ୍ ୧୭ ତାରିଖରେ ଓଡ଼ିଶା ଆସିବେ । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୁନ ୨୨ ତାରିଖରେ ଓଡ଼ିଶା ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ଓଡ଼ିଶା ଆସିବେ ସେନେଇ ତାରିଖ ସ୍ଥିର ହୋଇନାହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ର ମନ୍ତ୍ରୀମାନେ ୬ ତାରିଖରୁ ଓଡ଼ିଶା ଆସିବା ଆରମ୍ଭ କରିବେ । ୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଜୁର୍ନ ମୁଣ୍ଡା ଓଡ଼ିଶା ଆସିବେ । ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମ କେଉଁ ସ୍ଥାନରେ ହେବ ତାହା ସ୍ଥିର କରାଯାଇ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ସୂଚନାଯୋଗ୍ୟ, ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ପକ୍ଷରୁ ଦେଶ ବ୍ୟାପୀ ମାସେ ଧରି ଜନସଂପର୍କ ଯାତ୍ରା ଚାଲିବ । ଏହି କ୍ରମରେ ଓଡିଶାରେ ୪ ଟି ସମାବେଶ ହେବ ।

Leave a Reply

Your email address will not be published. Required fields are marked *