ଭତ୍ତା ପାଉଥିବା ଭତ୍ତା ହାତାଧିକାରିଙ୍କ ଉଠାଣ ସମସ୍ୟା ଦୁର କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ

Spread the love

ଜୟପୁର : ଡିବିଟି ମାଧ୍ୟମରେ ଭତ୍ତା ପାଉଥିବା ଭତ୍ତା ହିତାଧିକାରି ଙ୍କ ଭତ୍ତା ଉଠାଣ ସମସ୍ୟା ଦୁର କରିବା ପାଇଁ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ଜୟପୁର ବ୍ଲକ ସଭାଗୃହରେ ଆୟୋଜିତ କାଯ୍ୟକ୍ରମରେ ବ୍ଲକ ଅଧ୍ୟାକ୍ଷା ତିଳୋତମା ମୁଦୁଲି, ବିଡିଓ ରାଜୀବ ଦାସ, ଏବିଡିଓ ମନୋଜ କୁମାର ନାୟକ ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ, ଆସ୍ତା ନାୟକ,ବିପିଏମ ଓଏଲଏମ ନମିତା ତ୍ରିପାଠି, ବ୍ଲକ ସାମିଜକ ସୁରକ୍ଷା ଅଧିକାରି କେ ଏସ ନିସା, ସରପଞ୍ଚ ସମିତି ସଭ୍ୟା, ସଭ୍ୟ, ପିଇଓ ଉପସ୍ଥିତ ଥିଲେ । ପ୍ରତ୍ୟେକ ପଞ୍ଚାୟତରେ ଟିମ ଗଠନ କରି ସମସ୍ତ ହିତାଧିକାରି ଙ୍କ ଘର ଘର ବୁଲି ସର୍ଭେ କରାଯିବ । ହିତାଧିକାରିଙ୍କ ଭତା ଉଠାଣ ସମ୍ପର୍କରେ ସମସ୍ୟା ଗୁଡିକ ଲିପିବଦ୍ଧ କରି ସରକାରଙ୍କୁ ୨୫.୫. ୨୩ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ । ଆସନ୍ତା ୨୦ ରୁ ୨୩ ତାରିଖ ସର୍ଭେ କରାଯିବ । ତାସହ ଏକ ସ୍ୱତନ୍ତ୍ର ଗ୍ରାମ ପଂଚାୟତ ସ୍ତରୀୟ ଯାଂଚ କମିଟି ଗ୍ରାମକୁ ଯାଇ ଭତା ହିତାଧିକାରି ସହ ଯୋଗା ଯୋଗ କରିବ ଡିବିଟି ମାଧ୍ୟମରେ ଭତା ହିତାଧିକାରି ଙ୍କ ସୁବିଧାରେ ବ୍ୟାଙ୍କରୁ ଟଙ୍କା ଉଠାଣ, ଟଙ୍କା ପାଇବାରେ ଅନିୟମିତତା, କଣ ତୃଟି ଯୋଗୁଁ ବ୍ୟାଙ୍କରୁ ଟଙ୍କା ଉଠାଇ ନପାରିବା, କୈଣସି କାରଣରୁ ଭତା ତାଲିକାରୁ ନାମ ବାଦ ପଡିବା. ଆଧାର ଜରିଆରେ ବ୍ୟାଙ୍କ ଭତା ପ୍ରଦାନ ସମୟରେ ଉକ୍ତ ହିତାଧିକାରିଙ୍କ ଅନ୍ୟତ୍ରରେ ଥିବା ଏକାଉଂଟରେ ଯଦି ଭତା ଟଙ୍କା ଜମା ହୋଇ ଥାଏ ଏଭଳି ସମସ୍ତ ତଥ୍ୟ ଅଭି ଯୋଗ କମିଟି ଦ୍ୱାରା ଲିପିବଦ୍ଧ କରାଯାଇ କିଭଳି ଡିପିଟି ପ୍ରଣାଳିକୁ ହିତାଧିକାରି ଙ୍କ ନିମନ୍ତେ ସହଜ ଓ ସରଳ କରାଯିବ ଏନେ ପଦପେକ୍ଷ ନିଆଯିବ ।

Leave a Reply

Your email address will not be published. Required fields are marked *