ମୋ ସ୍ୱଛ ସହର ମୋ ଜୀବନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଜୟପୁର : ମୋ ସ୍ୱଛ ସହର ମୋ ଜୀବନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜୟପୁର ପୌର ପରିଷଦ ଷ୍ଟେଟ ପଲ୍ୟୁସନ କଂଟ୍ରୋଲ ବୋର୍ଡର ମିଳିତ ଉଦ୍ୟମରେ ଆଜି ଜୟପୁର ପଂଚାନନ ମନ୍ଦିର ନିକଟରୁ ଆରମ୍ଭ କରାଯାଇ ଲୋକଙ୍କୁ ସଚେତନ କରିବା ସହ ସଫେଇ କରାଯାଇଛି । ୧୨୦ ମାଇକ୍ରନରୁ କମ ପଲିଥିନ ବ୍ୟବହାର ନକରିବା, ବର୍ଜ୍ୟବସ୍ତୁ ହ୍ରାସ, ପୁନଃ ବ୍ୟବହାର ଏବଂ ପ୍ରକ୍ରିୟା କରଣ ଉପରେ ସଚେତନ କରିବା ପାଇ ସଚେତନ କରାଯାଇଥିଲା । କଲୋନି କିମ୍ବା ସାହିରୁ ଅଳିଆ ଗଦା ନକରି ଶୁଖିଲା ଅଳିଆକୁ ନୀଳ ଜାଗା ଓ ଓଦା ଅଳିଆକୁ ସବୁଜ ଜାଗାରେ ରଖି ପୌର ସଂସ୍ଥା ସଫେଇ କର୍ମଚାରିଙ୍କୁ ପ୍ରତିଦିନ ସେଗୁଡିକ ଦେବାକୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ଆଞ୍ଚଳିକ ଅଧିକାରି ଦିପେଶ ବିଶ୍ୱାଳ ଜିଲା ଚିକିତ୍ସାଧିକାରି ଅରୁଣ ପାଢୀ, କାଉନସିଲର ପୌର କର୍ମଚାରି, ସ୍ୱଛ ସାଥୀ, ସ୍ୱଛ କର୍ମଚାରି ମାନେ ଉପସ୍ଥିତ ଥିଲେ । ଷ୍ଟେଟ ପଲ୍ୟୁସନ ବୋର୍ଡର ଆଂଚଳିକ ଅଧିକାରି ଦିପେଶ ବିଶ୍ୱାଳ ଶପଥ ପାଠ କରାଇଥିଲେ ।

Leave a Reply

Your email address will not be published. Required fields are marked *