ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଗଲା ଅଣସର ଭାର

Spread the love

ମହାପ୍ରଭୁଙ୍କ ମାମୁଁ ଘରୁ ନିଆଳି ମାଧବ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ଅଣସର ଭାର । ଏହା  ମହାବାହୁଙ୍କ ମାନବୀୟ ଲୀଳା । ଯେପରି କେହି ଅସୁସ୍ଥ ଥିବାବେଳେ ତାଙ୍କୁ ଦେଖିବାକୁ ବନ୍ଧୁବାନ୍ଧବ ଫଳମୂଳ ଧରି ଦେଖିବାକୁ ଆସନ୍ତି ସେହିପରି ଏବେ ଶ୍ରୀଜିଉ ଅସୁସ୍ଥତାରୁ ଧିରେଧିରେ ଆରୋଗ୍ୟ ହେଉଥିବାବେଳେ ତାଙ୍କ ପାଇଁ ମାମୁଁ ଘରୁ ଯାଉଛି ଫଳମୂଳ ସହ ସର ଲବଣିର ଭାର । ଅସୁସ୍ଥ ଥିବାବେଳେ ଅନ୍ୟ କିଛି ପାଟିକୁ ରୁଚୁ ନଥିବାରୁ ଏହାକୁ ଶ୍ରୀଜିଉଙ୍କ ପାଖରେ ନୈବେଦ୍ୟ ଭାବେ ଅର୍ପଣ କରାଯିବ । ଆଜି ଏଥିପାଇଁ ନିଆଳି ମାଧବଙ୍କ ମନ୍ଦିର ପରିସର ଝାଞ୍ଜ, ମୃଦଙ୍ଗ, ଘଣ୍ଟଘଣ୍ଟା ହରିବୋଲରେ କମ୍ପି ଉଠୁଛି ।

Leave a Reply

Your email address will not be published. Required fields are marked *