ଚିଲିକା ମଝିରେ ପଡିଲା ବଜ୍ରାଘାତ, ବାପ ପୁଅଙ୍କ ମୃତ୍ୟୁ

Spread the love

ଖୋର୍ଦ୍ଧା : ଚିଲିକାକୁ ମାଛ ଧରିବାକୁ ଯାଇ ଚିଲିକା ମଝିରେ ବଜ୍ରାଘାତରେ ବାପପୁଅଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବାଲୁଗାଁ ଏନଏସି ଶାନ୍ତିନଗରର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଚିଲିକା ମଝିରେ ଉଭୟଙ୍କ ଉପରେ ବଜ୍ରାଘାତ ପଡ଼ିଲା। ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ପରିବାର ଲୋକେ ଉଭୟଙ୍କ ଶବକୁ ଚିଲିକାରୁ ଉଦ୍ଧାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଶବକୁ ଜବତ କରିଥିଲେ । ତେବେ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *