ତାଳଚେର ଗୁରୁଜାଙ୍ଗ ଗାଁରେ ଘଟିଛି ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ସମଲ ବ୍ୟାରେଜ୍ ର ଦକ୍ଷିଣ ଶାଖା କେନାଲର ଗୁରୁଜାଙ୍ଗ ଗ୍ରାମ ନିକଟସ୍ଥ କେନାଲକୁ ସେହି ଗାଁର ତିନି ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବାବେଳେ ଓମପ୍ରକାଶ ପାଣି ଓ ସୌମ୍ୟ ରଞ୍ଜନ ପାଣି ନାମକ ଦୁଇଜଣ ନାବାଳକ ଗାଧେଇବା ବେଳେ ପାଣିରେ ବୁଡି ଯାଇଥିଲେ ।
ତେବେ ଅସାବଧାନତା ବଶତଃ ଉଭୟ ଗଭୀର ପାଣିକୁ ଚାଲି ଯାଇ ବୁଡି ଯାଇଥିଲେ । ପାଣିରେ ବୁଡି ଯାଉଥିବା ଦେଖି ତାଙ୍କ ସାଙ୍ଗ ଆଖପାଖରେ ଥିବା ଲୋକ ମାନଙ୍କୁ ଉଦ୍ଧାର କରିବାକୁ ଡାକିଥିଲେ । ପରେ ଗ୍ରାମବାସୀ ଆସି ବହୁ ସମୟ ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ଗୋଡିବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now