Angulଦୁର୍ଘଟଣା

ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥ କାଉଁସିରିପାଲି ନିକଟରେ ଦୁର୍ଘଟଣା, କଣ୍ଟେନର ଧକ୍କାରେ ଶିକ୍ଷକ ମୃତ

ପାଳଲହଡା : ପାଲଲହଡା ଅଞ୍ଚଳରେ ଥମୁନି ସଡ଼କ ଦୁର୍ଘଟଣା, ପାଲଲହଡା ଉପଖଣ୍ଡ ମଧ୍ୟ ଭାଗ ଦେଇ ଯାଇଥିବା । ୪୯ ନମ୍ବର ଓ ୧୪୯ ନମ୍ବର ଜାତୀୟ ରାଜପଥ ରେ ପ୍ରତ୍ୟହ କେଉଁଠି ନା କେଉଁଠି ଘଟୁଛି ସଡ଼କ ଦୁର୍ଘଟଣା ।

ସୂଚନା ଅନୁସାରେ ଆଜି ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି  ପଟ ରାସ୍ତାରେ ନିଜ ସ୍କୁଟିରେ  ଯାଉଥିବା ସମୟରେ ତାଙ୍କୁ ପଛରୁ ଏକ କଣ୍ଟେନର ଧକ୍କା ଦେବା ପରେ ଶିକ୍ଷକ ଜଣଙ୍କ ଗୁରୁତର ଅବସ୍ଥାରେ ସେଠାରେ ପଡି ରହିଥିଲେ । କିଛି ସମୟ ପରେ ଖବର ପାଇ ଅଗ୍ନି ଶମ ବିଭାଗ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ପାଲଲହଡା ଡାକ୍ତରଖାନାରେ  ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।  ତେବେ ଶିକ୍ଷକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ବାମ ଗୋଡ ଭାଙ୍ଗି ଯାଇଥିଲା। କାର୍ଯ୍ୟରତ ଡାକ୍ତରଙ୍କ ବହୁତ ଚେଷ୍ଟା ପରେ ଶିକ୍ଷକ ଜଣକଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବା ବାଟରେ ହିଁ  ତାଙ୍କର ମୃତ୍ୟୁ ହୋଇଥିଲା ।

ଶିକ୍ଷକ ଜଣକ ହଉଛନ୍ତି ଜୟ ସିଂ ପୂର୍ତ୍ତି (ବୟସ ୫୦) ତାଙ୍କ ଘର ବାଲିପସୀ ପଞ୍ଚାୟତ ଫୁଲଝରି ଗ୍ରାମର ହୋଇଥିବବେଳେ ଏବେ ପାଲଲହଡା ଉଦୟ ପୁର  ସାହିରେ ଦୁଇ ବର୍ଷ ହେବ ରହି ଆସୁଥିଲେ ଓ ବାତିସୀମା ପଞ୍ଚାୟତ ରେଙ୍ଗାଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ।

ପାଲଲହଡା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଶିକ୍ଷକ ଜୟ ସିଂ ଙ୍କ  ଦୁର୍ଘଟଣା ହୋଇ ଥିବା ସ୍କୁଟି ନମ୍ବର (ଓଡି ୩୫- ଏ-୨୩୯୩)କୁ ଉଦ୍ଧାର କରିଛନ୍ତି । । ଶିକ୍ଷକଙ୍କ ପତ୍ନୀ ଓ ଦୁଇ ପୁଅ ଥିବା ଜଣା ପଡିଛି । ଶିକ୍ଷକ ଜୟ ସିଂ ପୂର୍ତ୍ତି ଜଣେ  ଭଲ ଶିକ୍ଷକ ଓ ମେଳାପୀ ସ୍ୱାଭାବର ଲୋକ ଥିବା ହେତୁ ତାଙ୍କ ମୃତୁରେ ସମଗ୍ର ଅଞ୍ଚଳ ଶୋକର ଛାୟା ଖେଳି ଯାଇଛି ।

Related Articles

Leave a Reply

Your email address will not be published.

Back to top button