ପାଳଲହଡା ଟାଟା ପାୱାରର ମନମାନି, ପ୍ରତିବାଦ, ବ୍ୟାପକ ବିଦ୍ୟୁତ୍ କାଟ,  ବିରୋଧ ବିଜେପି ଯୁବମୋର୍ଚାର ବିକ୍ଷୋଭ

ପାଳଲହଡା : ବିଜେପି ଯୁବମୋର୍ଚା ପାଲଲହଡ଼ା ନିର୍ବାଚନମଣ୍ଡଳୀ ପକ୍ଷରୁ, ପାଲଲହଡ଼ା ନିର୍ବାଚନମଣ୍ଡଳୀ ରେ ଅତ୍ୟଧିକ ବିଦ୍ୟୁତ୍ କାଟ, ଲୋ  ଭୋଲଟେଜ୍ ଓ ଟାଟା କର୍ମଚାରୀଙ୍କ ଜୁଲମ୍ ପ୍ରତିବାଦରେ ଖମାର ଟାଟା ପାୱାର ସେସନ୍ସ ଅଫିସ ଆଗରେ ବିକ୍ଷୋଭ କରlଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗଦେଇ,  ଓଡିଶା ସରକାର ଟାଟା ପାୱାର  ପାଖରେ ବନ୍ଧା ପଡିଛନ୍ତି,  ଓଡ଼ିଶା ବିଦ୍ୟୁତ  ଉତ୍ପାଦନ ରେ ବଳକା ରାଜ୍ୟ ହୋଇଥିଲାବେଳେ,  ଆମେ ବାହାର ରାଜ୍ୟକୁ ବିଦ୍ୟୁତ ବିକ୍ରି କରୁଛନ୍ତି,  କିନ୍ତୁ, ନବୀନ ବାବୁ ଓଡିଶା ଲୋକଙ୍କୁ ଚଢା ଦରରେ ବିଦ୍ୟୁତ୍ ବିକୁଛନ୍ତି, ଅନ୍ୟ ରାଜ୍ଯ ତୁଳନା ରେ ବିଦ୍ୟୁତ୍ ଦେୟ ଢେରେ ଅଧିକ୍,  ଭିତ୍ତିଭୂମି ସଜାଡ଼ିବା ପାଇଁ ଟାଟା ପାୱାର କୌଣସି ଖର୍ଚ କରୁ ନାହିଁ, ଲୋକଙ୍କ ଠାରୁ ଜୁଲମ୍ କରି ଅତ୍ୟଧିକ ବିଲ ଆଦାୟ କରି ଶୋଷଣ କରୁଛି ବୋଲି ତାଙ୍କ ଭାଷଣ ରେ ପ୍ରକାଶ କରି ଥିଲେ, ପାଲଲହଡ଼ା ରେ 12 ଘଣ୍ଟା ରୁ ଅଧିକ ବିଦ୍ୟୁତ୍ କାଟ ହେଉଥିଲାବେଳେ ପବନ ବହିଲା  ମାତ୍ରେ ରାତି ସାରା ବିଦ୍ୟୁତ କାଟି ଦିଆଯାଉଛି।, ଅଧିକାରୀଙ୍କୁ ଚେତାବନୀ ଦେଇ ବାରମ୍ବାର ଏପରି ହେଲେ ବାଧ୍ୟ ହୋଇ ବିଜେପି ଆଇନ୍ ଶୃଙ୍ଖଳା ବ୍ୟାହତ କରିବ ବୋଲି ପ୍ରକାଶ କରିଥିଲେ । ଆଜି ସକାଳ 9 ଘଟିକାରୁ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇ ଖମାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ତିନି ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ ।

ଏହି ଆନ୍ଦୋଳନ ରେ ମଣ୍ଡଳ ସଭାପତି ଗୌର ଚନ୍ଦ୍ର ପ୍ରଧାନ ,  ପ୍ରହଲାଦ ସାମଲ ଏସି ମୋର୍ଚା ରାଜ୍ୟ ଉପସଭାପତି ଚନ୍ଦନ ସ୍ଵରାଜ ସରୋଜ ସାହୁ ଦିଲେଶ୍ଵର ବେହେରା ବିନୋଦ ସାହୁ କାଯ୍ୟକ୍ରମ ରେ ଯୁବ ମୋର୍ଚା ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପ୍ରଧାନ ଜିଲ୍ଲା ସଂଯୋଜକ ଆଦିତ୍ୟ ଦ୍ବିବେଦୀ ସୌମ୍ୟ ରଞ୍ଜନ ପ୍ରଧାନ ରଜନୀ କାନ୍ତ ମହାରଣା ନିର୍ମଳ ସାହୁ ଅଗସ୍ତି ପ୍ରଧାନ ସୁନୀଲ ପ୍ରଧାନ,  ସୁନୀଲ ସାହୁ ବାବୁଲି ସାହୁ ଅରୁଣ ମହାକୁଡ, ବାନାମ୍ବର ସାହୁ ସନ୍ତୋଷ ଖିଲାର ପ୍ରିୟବ୍ରତ ସାହୁ ସମେତ ଶତାଧିକ କାର୍ଯ୍ୟ କର୍ତ୍ତା  ଯୋଗ ଦେଇଥିଲେ,  ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *