ଭୁବନେଶ୍ୱର : ଶନିବାର ଦିନ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପିଲାବେଳେ ପାଠ ପଢିଥିବା ତାଳଚେର ସ୍ଥିତ ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସେ 1972 ମସିହାରୁ 1977 ମସିହା ଯାଏଁ ଏହି ସ୍କୁଲରେ ପାଠ ପଢୁଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଆଜି ନିଜ ପିଲାଦିନ ସ୍କୁଲ ଯାଇ କୁନି କୁନି ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏହା ସହ ପିଲାଙ୍କ ସହ କଥା ହେବା ସହ ସ୍କୁଲର ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now