ଅନୁଗୋଳ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଓଡ଼ିଶା ‘ପୂର୍ବୋଦୟ’ ମିଶନର ପ୍ରୟୋଗଶାଳା ହୋଇଛି । ବିଶ୍ୱର ଅଦ୍ୱିତୀୟ ଜନନେତାଙ୍କ ୯ ବର୍ଷ ଶାସନରେ ହୋଇଥିବା ସେବା ଓ ସମର୍ପଣର ବାର୍ତାକୁ ଦଳୀୟ ସଂଗଠନର ମିଳିତ ଶକ୍ତି ମାଧ୍ୟମରେ ଅନୁଗୋଳ ସମେତ ଓଡ଼ିଶାର ଘରେ ଘରେ ପହଂଚାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂରଣ ହେବା ଅବସରରେ ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଭାରତ ବିଶ୍ୱର ନେତା ହେବା ପାଇଁ ଯାଉଛି । ଭାରତର ଶକ୍ତିଶାଳୀ ନେତୃତ୍ୱ ପାଇଁ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଆଦର ଓ ସମ୍ମାନ ଜଣାଯାଉଛି । ଏହି ସମ୍ମାନ ପ୍ରତି ଭାରତୀୟଙ୍କ ପ୍ରତି ସମ୍ମାନ । ତାଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାର ଲାଭ ଓଡ଼ିଶା ଓ ଅନୁଗୋଳ ହୋଇଛି । ଅନୁଗୋଳରେ ମୋଦିଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି ।
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନୁଗୋଳ ଜିଲ୍ଲାର ୯ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୭୩.୬ କୋଟି ଟଙ୍କା ଦେଇଛନ୍ତି । ଆବାସ ଗ୍ରାମୀଣ ଯୋଜନାରେ ୭୨୯ କୋଟି ଟଙ୍କାର ୬୦ ହଜାର ୭୩୪ ଘର ଦିଆଯାଇଛି । ଆବାସ ସହର ଯୋଜନାରେ ୧୭୮ କୋଟି ଟଙ୍କାର ୫ ହଜାର ୬୭୦ ଘର ଦିଆଯାଇଛି । ୨୫.୮୨ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୬୧ ହଜାର ୪୩୬ ହିତାଧିକାରୀଙ୍କୁ ଉଜ୍ଜଳା ଗ୍ୟାସ ବିତରଣ କରାଯାଇଛି ।
ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଡିରେ ଅନୁଗୋଳରେ ବିଦ୍ୟାଳୟ ନିର୍ମାଣ କରାଯାଇଛି । ଘର ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ଅର୍ଥ ଦେଇଛନ୍ତି । ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାମ ହୋଇଛି । ଆଜି ତାଳଚେର-ଅନୁଗୋଳର ନୂଆ ଲୁପ୍ ଲାଇନ, ଅନୁଗୋଳ-ସୁକିନ୍ଦା ରେଳ ଲାଇନ, ତାଳଚେର-ନିର୍ଗୁଣ୍ଡିର ଇଲେକ୍ଟ୍ରିଫିକେସନ ସହ ରାସ୍ତା ଘାଟର ଉନ୍ନତି ଭଳି କାମ ଆଜି ଅନୁଗୋଳ ଜିଲ୍ଲାରେ ହେଉଛି ।
ମୋଦି ସରକାର କୋଟି କୋଟି ଟଙ୍କାର ଦାୟିତ୍ୱ ନେବା ପରେ ମଧ୍ୟ ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଗରିବ କଲ୍ୟାଣ ଯୋଜନା ଠିକ୍ ଭାବରେ କ୍ରିୟାନ୍ୱୟନ ହେଉନାହିଁ । ଗରିବ ଓ ପଛୁଆ ବର୍ଗର ଲୋକଙ୍କ ପାରଶ୍ରମିକ ଟଙ୍କାକୁ ହରିଲୁଟ କରାଯାଉଛି । ଓଡ଼ିଶାର କୋଇଲାରେ ଭାରତ ଆଲୋକିତ ହେଉଥିବା ବେଳେ ଓଡ଼ିଶାରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଜାଣିଶୁଣି ତାଳଚେରରେ ନିର୍ମିତ ମେଡିକାଲ କଲେଜ ପରିଚାଳନାର ଦାୟିତ୍ୱ ରାଜ୍ୟ ସରକାର ନେଉନାହାନ୍ତି । ଏହା ବିରୋଧରେ ବ୍ୟାପକ ଜନଆନ୍ଦୋଳନ କରିବା ପାଇଁ ସଂଯୁକ୍ତ ମୋର୍ଚ୍ଚା ତଥା ମହିଳା ମୋର୍ଚ୍ଚା , ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ମୋର୍ଚ୍ଚାର ମଣ୍ଡଳ ସ୍ତରର କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now