ଓଡ଼ିଶାରେ ସହର ବିକାଶର ଭବିଷ୍ୟତକୁ ପୁନର୍ଗଠନ ଦିଗରେ ନଗର ଉନ୍ନୟନ ବିଭାଗ ପାଦେ ଆଗେଇଲା। ସହର ବିକାଶ ଇକୋ-ସିଷ୍ଟମରେ କାର୍ଯ୍ୟ କରୁଥିବା ୬ଟି ପ୍ରମୁଖ ଅନୁଷ୍ଠାନ ଓ ସଂଗଠନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅଙ୍କୁର ବା ଅଟଳ ନେଟଓ୍ୱର୍କ ଫର୍ ନଲେଜ, ନଗରୀକରଣ ଓ ସଂସ୍କାର ଆରମ୍ଭ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦକ୍ଷ, ସ୍ମାର୍ଟ ଓ ସର୍ବୋପରି ନାଗରିକ କୈନ୍ଦ୍ରିକ ସହର ନିର୍ମାଣରେ ଏହା ସହାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ। ୨୦୩୬ ସୁଦ୍ଧା ଭିଜନ ଓଡ଼ିଶାର ରୋଡମ୍ୟାପକୁ ଏହା ସାକାର କରିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now