ଶ୍ରୀରାଧାଙ୍କ ଓଡିଆଣୀ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

Spread the love

ପୁରୀ: ଆଜି ଅଁଳା ନବମୀ । ଶ୍ରୀରାଧା ପାଦ ଦର୍ଶନ ପାଇଁ ଚଳ ଚଞ୍ଚଳ ସାକ୍ଷୀଗୋପାଳ ଗୋପାଳ ଜିଉ ମନ୍ଦିର । ବର୍ଷକରେ ଥରେ ଶ୍ରୀରାଧାଙ୍କ ଓଡିଆଣୀ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଅନ୍ୟପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ଦେଖି  ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଶ୍ରୀରାଧାପାଦ ଦର୍ଶନ କଲେ ମହାପୂର୍ଣ୍ଣ ମିଳିବାର ବିଶ୍ବସ ରହିଛି । ଏନେଇ ପୁରି ଜିଲ୍ଲା ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବାବେଳେ ମଙ୍ଗଳା ଆଳତୀ, ନଟବର ଵେଶ ପରେ ଶ୍ରୀରାଧାଙ୍କ ଓଡ଼ିଆଣି ବେଶ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ନଟବର ବେଶ ଦର୍ଶନ କରିଛନ୍ତି ଭକ୍ତ ।

ଆଜିର ଦିନରେ ରାଧା ପାଦ ଦର୍ଶନ ସହିତ ଅଁଳା ବୃକ୍ଷ ପୂଜାର୍ଚ୍ଚନାର ପରମ୍ପରା ମଧ୍ୟ ଦେଖିବାକୁ ମିଳିଛି ସାକ୍ଷୀଗୋପାଳ ମନ୍ଦିରରେ । ଅଁଳା ବୃକ୍ଷରେ ସୁତ ବାନ୍ଧିବା ଓ ଶଙ୍ଖା ଲାଗି କରିବା ବିଧି ମଧ୍ୟ ରହିଛି । ମା ରାଧା ରାସକ୍ରୀଡ଼ା ସମୟରେ ଡମ୍ବଲ ଗଛକୁ ଆଲିଙ୍ଗନ କରିଥିବାରୁ  ସେହି ପରମ୍ପରାକୁ ଆଧାର କରି ଡମ୍ବଲ ବୃକ୍ଷ ପୂଜା ଓ ଗଛ ମୂଳେ ରାଧା କୃଷ୍ଣ ଆରାଧନା କଲେ ପୂଣ୍ଣଫଳ ପ୍ର୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।

ଶୃଙ୍ଖଳିତ ଦର୍ଷନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୟସ୍କ, ତିନି ବର୍ଷରୁ କମ ବୟସ୍କ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ମାଗଣାରେ ପାନୀୟ ଜଳ ଓ ଖାଦ୍ୟ ଯୋଗାଇ ଦିଆଯାଇଛି ।

ତେବେ ଦୁଇ ବର୍ଷର କୋଭିଡ କଟକଣା ପରେ     ରାଧାପାଦ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପୁରୀ ଜିଲ୍ଲା ସତ୍ୟବାଦୀରୁ କ୍ୟାମେରା

ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *