୧୯ରେ ଆଉ ଏକ ଲଘୁଚାପ

Spread the love

ଭୁବନେଶ୍ୱର : ୧୯ରେ ଆସୁଛି ଆଉ ଏକ ଲଘୁଚାପ। ୧୯ ଅଗଷ୍ଟ ବେଳକୁ ଉତ୍ତର -ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି l ୧୮ ରେ ଉପକୂଳରେ ପ୍ରବଳ ବର୍ଷା ଓ ୧୯ ରେ ବଢିବ ବର୍ଷାର ପରିମାଣ, ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର  l ସେପଟେ ସକ୍ରିୟଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୫ କିମି ବେଗରେ ଗତି କରିବା ସହ ଗତ କାଲିର ଅବପାତ ଆଜି ପୂର୍ବ ମଧ୍ୟ ପ୍ରଦେଶ ଏବଂ ତାର ଆଖ ପାଖ ଅଞ୍ଚଳରେ ସକ୍ରିୟ ରହିଛି l ଏହାର ଗତି ପଥ ପଶ୍ଚିମ , ଉତ୍ତର -ପଶ୍ଚିମ ଦିଗରେ ବଜାୟ ରଖିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି l

Leave a Reply

Your email address will not be published. Required fields are marked *